ganja smuggling case ୨ ସ୍କୋର୍ପିଓ ସହ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ

1 day ago 1
ARTICLE AD BOX

ସୁନ୍ଦରଗଡ଼: ରବିବାର ଅପରାହ୍ନରେ ଲେଫ୍ରିପଡ଼ା ପୁଲିସ ଚଢ଼ଉ କରି ୨ଟି ସ୍କୋର୍ପିଓ ସହ ୭୪ କେଜି ୫ ଶହ ଗ୍ରାମ ଗଂଜେଇ ଜବତ କରିଛି। 

Advertisment

Ganjei1

ସୂଚନାନୁସାରେ, ଗଞ୍ଜେଇ ଛତିଶଗଡ଼ରୁ ଓଡ଼ିଶା ଆସୁଥିଲା। ଛତିଶଗଡ଼ରୁ ୨ଟି ଧଳା ସ୍କୋର୍ପିଓରେ ଗଂଜେଇ ଆସୁଥିବା ସୂଚନା ମିଳିବା ପରେ ଲେଫ୍ରିପଡ଼ା ପୁଲିସ ଚଢ଼ଉ କରି ଛତିଶଗଡ଼-ଓଡ଼ିଶା ସୀମା ବାଇଲମା ନିକଟ କୁଂଜେଲ ନାଲା ନିକଟରେ ଅଟକାଇଥିଲା। ଚଢ଼ଉ ବେଳେ ଚାଲାଣକାରୀ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

 ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ବୋଲି ପୁଲିସ କହିଛି। ଯାଞ୍ଚ ବେଳେ ଗାଡ଼ି ଦୁଇଟି (ୟୁପି-୩୩ଏ ଜେ- ୯୭୮୬) ଓ (ଓଡି-୦୨ ବି ୦୫ କ୍ୟୁ- ୫୩୮୬)ରେ ୭୫ କେଜି ଗଂଜେଇ ଥିବା ଜଣାପଡ଼ିଥିଲା। ପୁଲିସ ଗାଡ଼ି ସହ ଗଂଜେଇ ଜବତ କରିବା ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.