ARTICLE AD BOX
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଗଙ୍ଗା ଏକ୍ସପ୍ରେସ୍ୱେର ଏକ ଅଂଶ ଉଦ୍ଘାଟନର କିଛି ସପ୍ତାହ ମଧ୍ୟରେ ଦବିଯିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରାୟ ୪,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଏହି ଅଂଶ ଦବିଯିବାରୁ ମରାମତି ପାଇଁ ପୁଣିଥରେ ରାସ୍ତା ଖୋଳାଯାଇଛି। ଏହାକୁ ନେଇ ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ଗଙ୍ଗା ଏକ୍ସପ୍ରେସ୍ୱେର ହରଦୋଇ ଜିଲ୍ଲା ଅଞ୍ଚଳର ଏକ ଭାଗରେ ନିକଟରେ ରାସ୍ତା ଦବିଯାଇଥିଲା। ମୌସୁମୀ ବର୍ଷା ପରେ ରାସ୍ତାର ତଳ ଅଂଶରେ ମାଟି ଖସିଯିବାରୁ ପୃଷ୍ଠଭାଗ ଦବିଯାଇଥିବା ଦେଖାଯାଇଥିଲା। ଏହାପରେ ମରାମତି କାମ ଆରମ୍ଭ କରାଯାଇଛି।
ଉତ୍ତରପ୍ରଦେଶ ଏକ୍ସପ୍ରେସ୍ୱେ ଶିଳ୍ପ ବିକାଶ ପ୍ରାଧିକରଣ (ୟୁପିଇଡିଏ) ପକ୍ଷରୁ କୁହାଯାଇଛି ଯେ, ଏହା କୌଣସି ବଡ଼ ଗଠନଗତ ଦୁର୍ବଳତା ନୁହେଁ। ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏକ ସ୍ଥାନରେ ମାଟି ଧୋଇଯିବାରୁ ରାସ୍ତାର ଏକ ଅଂଶ ବସିଯାଇଥିଲା। ଏହାକୁ ତୁରନ୍ତ ଚିହ୍ନଟ କରାଯାଇ ଠିକା ସଂସ୍ଥାକୁ ନିଜ ଖର୍ଚ୍ଚରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ବିରୋଧୀ ଦଳ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ରାସ୍ତା ଦବିଯାଇଥିବା ଓ ମରାମତି ପାଇଁ ଖୋଳାଯାଉଥିବା ଭିଡିଓ ବ୍ୟାପକ ଭାବେ ଭାଇରାଲ ହୋଇଛି।
Accident: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ବସ୍-କାର୍ ଧକ୍କା: ୫ ମୃତ, ୮ ଆହତ

46 minutes ago
2


