Gaming addiction: ଗେମିଂ ଆଡିକ୍‌ସନ୍‌ ବଢ଼ାଉଛି ଏଡିଏଚ୍‌ଡି, ଉତ୍କଣ୍ଠା

1 hour ago 1
ARTICLE AD BOX

ତରୁଣମାନଙ୍କ ମଧ୍ୟରେ ଚାଲିଥିବା ମାତ୍ରାଧିକ ଭିଡିଓ ଗେମ୍‌ ସ୍ନାୟବିକ ବିକାଶ, ଆଚାର ବ୍ୟବହାରଗତ ଓ ଆବେଗିକ ବିଭ୍ରାନ୍ତି ସହ ଜଡ଼ିତ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ବେଙ୍ଗାଲୁରୁସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ୍‌ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌’ (ନିମ୍‌ହାନ୍‌ସ)ର ଗବେଷକମାନେ ଏହି ଗବେଷଣା କରିଥିଲେ। ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ ‘ଜିଓସାଇକିଆଟ୍ରି’ରେ ପ୍ରକାଶିତ ଏହି ଗବେଷଣାର ନିଷ୍କର୍ଷରେ ଦର୍ଶାଯାଇଛି ଯେ, ତରୁଣମାନଙ୍କ ମଧ୍ୟରେ ମାତ୍ରାଧିକ ଗେମିଂର ମୋହ ମାନସିକ ସ୍ବାସ୍ଥ୍ୟାବସ୍ଥା, ପାରିବାରିକ ଭାବ ବିନିମୟ ଓ ଶିକ୍ଷା ଉପରେ ଚାପ ପକାଉଛି। ଗବେଷକମାନେ ୨୦୨୩ ଏପ୍ରିଲ୍‌ରୁ ୨୦୨୪ ଏପ୍ରିଲ ମଧ୍ୟରେ ‘ନିମ୍‌ହାନ୍‌ସ’ର ଶିଶୁ ଓ କିଶୋର ମାନସିକ ସ୍ବାସ୍ଥ୍ୟସେବାରେ ସାମିଲ୍‌ ୪୫୯ ଜଣଙ୍କର ଡାକ୍ତରୀ ରେକର୍ଡର ସମୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଠାରେ କେବଳ ଇଣ୍ଟର୍‌ନେଟ୍‌ ଗେମିଂଜନିତ ସମସ୍ୟା ବା ଏହା ସହ ଅନ୍ୟ ମାନସିକ ବିକୃତି ଦେଖିବାକୁ ମିଳିଥିଲା।

Media workshop: ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅଖିଳ କୁମାର ମିଶ୍ର

ପାଠପଢ଼ାର ଚାପ, ହୀନମନ୍ୟତା ଓ ସ୍କୁଲ୍‌ ପରିବର୍ତ୍ତନ ଆଦି ଭାରାକ୍ରାନ୍ତ କରିପକାଉଥିବା ତରୁଣମାନେ ଅଭିଯୋଗ କରୁଛନ୍ତି। ଏଭଳି ଆଭ୍ୟନ୍ତରୀଣ ମାନସିକ ଅସୁସ୍ଥତା ପାଇଁ ଗେମିଂ ହିଁ ଦାୟୀ।  

ଏହି ତରୁଣମାନେ ହେଉଛନ୍ତି ୧୨ରୁ ୧୮ ବର୍ଷୀୟ ବାଳକ। ସେମାନଙ୍କ ମଧ୍ୟରୁ ପ୍ରତି ୫ ଜଣରୁ ୪ ଜଣ ୧୫ରୁ ୧୮ ବର୍ଷ ବୟସ ବର୍ଗର। ଏମାନେ ଆଂଶିକ-ନଗରାଞ୍ଚଳରେ ବସବାସ କରୁଥିବା ମଧ୍ୟବିତ୍ତ ପରିବାରର ପିଲା। ୧୧ରୁ ୧୩ ବର୍ଷ ବୟସ ବର୍ଗର ପିଲାମାନଙ୍କ ‌େକ୍ଷତ୍ରରେ ସମସ୍ୟା ସୃଷ୍ଟିକାରୀ ଗେମିଂ ଅତି ମାମୁଲି ଘଟଣା ଭାବେ ଆରମ୍ଭ ହୋଇଥିବା ଜଣାପଡ଼ିଥିଲା। ତରୁଣମାନଙ୍କ ମଧ୍ୟରୁ ପ୍ରାୟ ୭୧ ପ୍ରତିଶତଙ୍କଠାରେ ଆଟେନ୍‌ସନ୍‌ ଡେଫିସିଟ୍‌ ହାଇପର୍‌ଆକ୍ଟିଭିଟି ଡିଜ୍‌ଅର୍ଡର୍‌ ବା ‘ଏଡିଏଚ୍‌ଡି’ ଅଥବା ସ୍ପେସିଫିକ୍‌ ଲର୍ଣ୍ଣିଂ ଡିଜ୍‌ଅର୍ଡର୍‌ ବା ‘ଏସ୍‌ଏଲ୍‌ଡି’ ଭଳି ସ୍ନାୟବିକ ବିକାଶଗତ ବିକୃତି ଦେଖାଯାଇଛି। ସେହିପରି ୬୫ ପ୍ରତିଶତଙ୍କର ଉତ୍କଣ୍ଠା ଓ ଅବସାଦ ସମେତ ଇଣ୍ଟର୍‌ନାଲାଇଜିଂ ଡିଜ୍‌ଅର୍ଡର୍‌ ରହିଛି। ସେହିପରି ଅର୍ଦ୍ଧାଧିକଙ୍କଠାରେ ନକାରାତ୍ମକ ମନୋଭାବ ଦେଖାଦେଇଛି। ସ୍ମାର୍ଟଫୋନ୍‌ ପସନ୍ଦର ପ୍ଲାଟ୍‌ଫର୍ମ ହୋଇଥିବାରୁ ପିଲାଏ ଦୈନିକ ୪ରୁ ୧୨ ଘଣ୍ଟା ଗେମିଂ କରୁଛନ୍ତି। ଏହି ତରୁଣମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କୁ ସାଙ୍ଗସାଥୀମାନେ ଗେମିଂ ଜାଲରେ ପକାଇଛନ୍ତି। ତା’ଛଡ଼ା ମଲ୍‌ଟିପ୍ଲାୟର୍‌ ଅନ୍‌ଲାଇନ୍‌ ଗେମ୍‌ ସବୁ ସେମାନଙ୍କ ଗେମିଂ ଚୟନ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି।

Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

ଶିକ୍ଷା ଉପରେ ଗେମିଂର କୁପ୍ରଭାବ ଅତି ସାଂଘାତିକ। ଗବେଷଣାରେ ଭାଗ ନେଇଥିବା ପ୍ରତ୍ୟେକ ତରୁଣ ସ୍କୁଲ୍‌ ଯିବାକୁ କୁଣ୍ଠାବୋଧ କରୁଥିଲେ। ପୁଣି ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ କ୍ଲାସ୍‌ରେ ଅନୁପସ୍ଥିତ ଥିଲେ। ଏଭଳି କୁପ୍ରଭାବକୁ ପ୍ରୋତ୍ସାହିତ କରିବାରେ ପାରିବାରିକ ଅବସ୍ଥାର ଭୂମିକା କିଛି କମ୍ ନୁହେଁ। ଏଥିପାଇଁ ସ୍ବଳ୍ପ ଭାବ ବିନିମୟ, ପିତାମାତାଙ୍କ ଅବ୍ୟବସ୍ଥିତ ତତ୍ତ୍ବାବଧାନ, ଗେମିଂ ଲାଗି ଅନିର୍ଦ୍ଧାରିତ ସମୟ ସୀମା ଏବଂ ପାରିବାରିକ ଅବ୍ୟବସ୍ଥା ଦାୟୀ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଗେମିଂ ସମ୍ବନ୍ଧୀୟ ସମସ୍ୟା ସଂକ୍ରାନ୍ତରେ ଅଧିକାଂଶ ପିତାମାତାଙ୍କର ସଚେତନତା ଖୁବ୍‌ ସୀମିତ। ପିଲାଙ୍କ ମଧ୍ୟରେ ଗେମିଂ ନିୟନ୍ତ୍ରଣ ଲାଗି ସେମାନେ ମୁଖ୍ୟତଃ ଗାଳିମନ୍ଦ ଓ କଠୋର କଟକଣା ଭଳି ଉପାୟ ଅବଲମ୍ବନ କରନ୍ତି। ଗେମିଂ ଉପରେ ନିୟନ୍ତ୍ରଣ କଥାରୁ ଅନେକ ତରୁଣ କ୍ରୋଧୀ ମିଜାଜ୍‌ର ହୋଇଯାଆନ୍ତି। ପାଠପଢ଼ାର ଚାପ, ହୀନମନ୍ୟତା ଓ ସ୍କୁଲ୍‌ ପରିବର୍ତ୍ତନ ଆଦି ସେମାନଙ୍କୁ ଭାରାକ୍ରାନ୍ତ କରିପକାଉଛି ବୋଲି ତରୁଣମାନେ ଅଭିଯୋଗ କରୁଛନ୍ତି। ଏଭଳି ଆଭ୍ୟନ୍ତରୀଣ ମାନସିକ ଅସୁସ୍ଥତା ପାଇଁ ଗେମିଂ ହିଁ ଦାୟୀ। ବିଭିନ୍ନ ଚିକିତ୍ସା ଦ୍ବାରା ଗେମିଂ ଆସକ୍ତ ତରୁଣମାନେ ସୁସ୍ଥ ହେଉଥିବା ଏହି ଗବେଷଣାରୁ ଜଣାପଡ଼ିଛି। ଏହି ତରୁଣମାନେ ‘କଗ୍‌ନିଟିଭ୍‌ ବିହେଭିୟର୍‌ ଥେରାପି’, ‘ମାଇଣ୍ଡ୍‌ଫୁଲ୍‌-ବେସ୍‌ଡ ଇଣ୍ଟର୍‌ଭେନ୍‌ସନ୍‌’, ‘ଡାଏଲେକ୍ଟିକାଲ୍‌ ବିହେଭିୟର୍‌ ଥେରାପି’ ଓ ‘ଲାଇଫ୍‌-ସ୍କିଲ୍‌ସ୍‌ ଟ୍ରେନିଂ’ ଭଳି ଉପଚ‌ାର ଦ୍ବାରା ବହୁ ମାତ୍ରାରେ ସୁସ୍ଥ ହୋଇ ସ୍ବାଭାବିକ ଆଚରଣ କରୁଛନ୍ତି। ଭାବ ବିନିମୟ, ସକାରାତ୍ମକ ତତ୍ତ୍ବାବଧାନ ଓ ଗେମିଂ ପାଇଁ ସମୟସୀମା ନିର୍ଦ୍ଧାରଣ ଉପରେ ଧ୍ୟାନ ଦେବାସହ ପିତାମାତାଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.