Former Miss World: ପୂର୍ବତନ ବିଶ୍ବସୁନ୍ଦରୀଙ୍କୁ ବଡି-ସେମିଂ!

47 minutes ago 2
ARTICLE AD BOX

ଯୁଗ ‌େଯତେ ଆଧୁନିକ ହେଲେ ବି ମହିଳାଙ୍କ ପୋଷାକ, ରଂଗ ଓ ଶାରୀରିକ ଗଠନକୁ ନେଇ ଚର୍ଚ୍ଚା କରିବା ପରି ହୀନ ମାନସିକତାରୁ ଲୋକେ ଆଜି ବି ନିଜକୁ ମୁକ୍ତ କରିପାରିନାହାନ୍ତି। ନିକଟରେ ନିଜର ଶାରୀରିକ ଗଠନ ପାଇଁ ସମାଲୋଚିତ ହୋଇଛନ୍ତି ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ। ପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଗତ ସେପ୍ଟେମ୍ବର ୨୮ ତାରିଖରେ ଲୋରିଅଲ୍‌ ପ୍ୟାରିସ୍‌’ ପାଇଁ ରାମ୍ପ୍‌ରେ ଚାଲିଥିଲେ ଐଶ୍ବର୍ଯ୍ୟା। ରାମ୍ପ୍‌ରେ ଐଶ୍ୱର୍ଯ୍ୟାଙ୍କ ଆତ୍ମବିଶ୍ୱାସ ଓ ଲୁକ୍‌କୁ ଅନେକ ପ୍ରଶଂସକ ପସନ୍ଦ କରିଥିବାବେଳେ ସୋସିଆଲ୍‌ ମିଡିଆର ଏକ ବର୍ଗ ତାଙ୍କ ଚେହେରାକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। 

Dr Ashutosh Mahapatra: ନୋବେଲ୍‌ ବିଜେତାଙ୍କ ସହ ଡ. ମହାପାତ୍ରଙ୍କ ଆଲୋଚନା

କେହି କେହି ତାଙ୍କୁ ଓଜନ କମାଇବାକୁ କହିଥିବା ବେଳେ ଆଉ କେହି ତାଙ୍କ ଶାରୀରିକ ଗଠନକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏପରିକି କିଛି ଲୋକ ତାଙ୍କୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରି ଯୋଗାଭ୍ୟାସ କରି ଫିଟ୍‌ ରହିବାର ପରାମର୍ଶ ବି ଦେଇଛନ୍ତି। ତେବେ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଟ୍ରୋଲିଂର କଡ଼ା ଜବାବ ଦେଇଛନ୍ତି। ତାଙ୍କ ଆତ୍ମବିଶ୍ୱାସ ଓ ରାମ୍ପ୍‌ ୱାକ୍‌କୁ ପ୍ରଶଂସା କରି ତାଙ୍କୁ ‘କ୍ୱିନ୍‌’ ବୋଲି ସମ୍ବୋଧନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ମାତୃତ୍ବ ଲାଭ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଶାରୀରିକ ଗଠନକୁ ନେଇ ବି କିଛି ସମାଲୋଚକ ଅସମ୍ବେଦନଶୀଳ ଟିପ୍ପଣୀ ଦେଇଥିଲେ। ପରବର୍ତ୍ତୀ ସମୟରେ କ୍ୟାଟ୍‌ଙ୍କ ସପକ୍ଷରେ ଅନେକ ବଲିଉଡ୍‌ ତାରକା ବାହାରିଥିଲେ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.