ARTICLE AD BOX
ଭୁବନେଶ୍ବର: ପିପିଲି ଥାନା ଗୋବିନ୍ଦପୁର ମୌଜାରେ ପ୍ଲଟ୍ ନମ୍ବର ୩୧୪ ଓ ୩୧୪/୧୦୮୯ରେ ବିଜୟ କୁମାର ମହାନ୍ତିଙ୍କ ୫୦ ଡେସିମାଲ୍ ଜମି ରହିଛି। ଜମିର କିସମ ହେଉଛି ବଗାୟତ। ସେ ଏହି ଜମିରେ ଘର କରିବାକୁ ଚାହୁଛନ୍ତି। ଏଥିପାଇଁ ସେ ପିପିଲି ତହସିଲରେ ଜମିର କିସମ ଘରବାରି କରିବାକୁ ଆବେଦନ କରିଥିଲେ। କିନ୍ତୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ପାଣିନାଳ ଦର୍ଶାଇଥିବା କହି ତହସିଲ କିସମ ପରିବର୍ତ୍ତନ କରୁନି। ଶ୍ରୀ ମହାନ୍ତି କହିଛନ୍ତି, ୨୦୨୫ ନଭେମ୍ବରରୁ ଏ ଭିତରେ ସେ ୫୦ରୁ ଅଧିକ ଥର ଚିଠି ଲେଖି ଗୁହାରି କରି ସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବିଡିଏ ଉପାଧ୍ୟକ୍ଷଙ୍କ ଜନଶୁଣାଣି ଓ ବିଡିଏ ପ୍ଲାନିଂ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ସାରିଲେଣି। ସମସ୍ତେ ତ୍ରୁଟି କଥା ସ୍ବୀକାର କରୁଛନ୍ତି। କିନ୍ତୁ ସହାୟତା କାହାରି ପାଖରୁ ମିଳୁନି। ଏହା କେବଳ ଜଣକ ଅଭିଯୋଗ ନୁହେଁ, ଏଭଳି ଶହଶହ ଅଭିଯୋଗ ଏବେ ବିଡିଏର ବିଚାରଧୀନ ରହିଛି। ଭୁବନେଶ୍ବର ସହର ଉପକଣ୍ଠକୁ ବ୍ୟବସ୍ଥିତ ଢଙ୍ଗରେ ବିକାଶ କରିବା ପାଇଁ ବିଡିଏ ସ୍ବପ୍ନ ଦେଖାଇ ୨୦୧୦ ମସିହାରେ ଯେଉଁ ସିଡିପି ପ୍ରସ୍ତୁତ କରିଥିଲା ଓ ୨୦୧୧ ମସିହାରେ ଏହାର ଯେଉଁ ସଂପ୍ରସାରିତ ସିଡିପି ପ୍ରସ୍ତୁତ କରିଥିଲା, ସେଥିରେ ଥିବା ସାଂଘାତିକ ତ୍ରୁଟି ପାଇଁ ଲୋକେ ନାକରେ କାନ୍ଦିଲେଣି। ସିଡିପିରେ କାହାର ସ୍ଥିତିବାନ ଜମିକୁ ପାଣିନାଳ ତ ଅନ୍ୟ କିସମ ଦର୍ଶାଯାଇଛି। ଏଭଳି ଶହ ଶହ ତ୍ରୁଟି ସାମ୍ନାକୁ ଆସିଛି। ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ବିଡିଏ କରିପାରିନି।
Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍
ବଗାୟତକୁ ଦର୍ଶାଯାଇଛି ପାଣିନାଳ
ବିଚାରାଧୀନ ରହିଛି ଶତାଧିକ ଆବେଦନ
ଉପକଣ୍ଠ ଅଞ୍ଚଳକୁ ସହରାଞ୍ଚଳ ରୂପ ଦେବାକୁ ୨୦୧୦ ମସିହାରେ ପ୍ରଥମ ସିଡିପି ଆସିଥିଲା। ଭୁବନେଶ୍ବର ଉନ୍ନୟନ ଯୋଜନା ଅଞ୍ଚଳ(ବିଡିପିଏ) ଭାବେ ଚିହ୍ନିତ ଅଞ୍ଚଳର ବିକାଶ ପାଇଁ ନୀଳନକ୍ସା ଅଙ୍କା ଯାଇଥିଲା। ଆଇଆଇଟିର ସର୍ଭେ ପରେ ୨୦୧୦ ଏପ୍ରିଲ ୮ରେ ଏହାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ସମୟରେ ୨୦୫ ଗାଁ ସିଡିପି ଅନ୍ତର୍ଭୁକ୍ତ ଥିଲା। ୨୦୧୧ ମସିହାରେ ବିଡିଏ ପୁଣି ସଂପ୍ରସାରିତ ସିଡିପି ପ୍ରସ୍ତୁତ କଲା, ଯେଉଁଥିରେ ଆଉ ୩୬୧ଟି ଗାଁକୁ ତାଲିକାରେ ଯୋଡ଼ିଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ ସମେତ ଜଟଣୀ ଓ ପୁରୀ ଜିଲ୍ଲାର ପିପିଲି ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ। ଏବେ ନୂଆ ସିଡିପି ପ୍ରସ୍ତୁତ ପ୍ରକ୍ରିୟା ଚାଲିଥିବା ବେଳେ ପୁରୁଣା ସିଡିପି ଅଡ଼ୁଆରୁ ଲୋକେ ମୁକୁଳି ପାରିନାହାନ୍ତି। କାରଣ ଯେଉଁ ଜମିକୁ ସିଡିପି ଅଞ୍ଚଳ ଚିହ୍ନିତ କରାଯାଇଛି, ତାକୁ କେହି ବିକି ପାରିବେନି କି କୌଣସି ନିର୍ମାଣ କରିପାରିବେନି। ଏଥିପାଇଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସଂପର୍କରେ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଯେଉଁ ସଂସ୍ଥା ସର୍ଭେ କରିଥିଲା, ସେ ଏଭଳି ତ୍ରୁଟିପୂର୍ଣ୍ଣ ରିପୋର୍ଟ କରିଥିଲା। ଆମେ ଏ ଦିଗରେ ଆବଶ୍ୟକ ସଂଶୋଧନ ପାଇଁ ପଦକ୍ଷେପ ନେଉଛୁ।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

48 minutes ago
1

