Forest Raid: ରାୟଗଡ଼ାରେ ବନ ବିଭାଗର ଚଢ଼ାଉ, ୭୪ ଶାଳ କାଠ ଜବତ; ୩ ଅଟକ

1 hour ago 2
ARTICLE AD BOX

ରାୟଗଡ଼ା(ଶିବ ପ୍ରସାଦ ଦୋରା): ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଆହୋଲଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀଙ୍କ ସହ ଟିକିରି ଏବଂ ରାୟଗଡ଼ା ବନାଞ୍ଚଳର ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପେଟ୍ରୋଲିଙ୍ଗ କରିବା ସମୟରେ ଏକ କାଠ ବୋଝେଇ ପିକ ଅପ ଭ୍ୟାନ୍‌ ସହ ତିନି ଜଣଙ୍କୁ  ଟିକିରି ବନବିଭାଗ ଅଟକ ରଖିଛି। ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ବେଳେ ଖରକା ଗ୍ରାମ ନିକଟସ୍ଥ ଖରକା ସଂରକ୍ଷିତ ଜଙ୍ଗଲରୁ ୭୪ ଗୋଟି ଶାଳ ସାଇଜ ନେଉଥିବା ଜଣାପଡିଛି।

ତଦନ୍ତ ଜାରି ରହିଛି

ଅଟକ ରଖାଯାଇଥିବା ତିନି ଜଣ ଅଭିଯୁକ୍ତ ଲିମ ଅଡାର ଗ୍ରାମର ମିଥୁନ ନାଏକ,  ଦାସ ମାଝୀ ଏବଂ ଗଣପତି ମାଝୀ ବୋଲି ଜଣାପଡ଼ିଛି। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଜାରି ରହିଛି। ଚଢ଼ାଉ ବେଳେ ରେଞ୍ଜର ଅନିଲ ପାଣିଗ୍ରାହୀ, ଫରେଷ୍ଟର ରବି ଚନ୍ଦ୍ର ପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ I

Raid: ମାଫିଆ ନଜରବନ୍ଦୀ କରୁଥିଲେ: ପିକଅପରେ ଯାଇ ଚଢ଼ାଉ କଲେ ଖଣି ଅଧିକାରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.