Forest Fire: ବ୍ୟାପୁଛି ଜଙ୍ଗଲ ନିଆଁ: କାନାଡାରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

1 hour ago 1
ARTICLE AD BOX

ଓଟାୱା: ପଶ୍ଚିମ କାନାଡାରେ ଦ୍ରୁତ ଗତିରେ ବ୍ୟାପୁଥିବା ଜଙ୍ଗଲ ନିଆଁ ଯୋଗୁଁ ରାତିକ ମଧ୍ୟରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଘରୁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଆଁ ବ୍ରିଟିଶ କଲମ୍ବିଆର ଓକାନାଗାନ ହ୍ରଦ କୂଳରେ ଥିବା ସହର ଆଡକୁ ଦ୍ରୁତ ଗତିରେ ଆଗକୁ ବଢୁଛି। ଭୟଙ୍କର ନିଆଁ ନିଜ ବାଟରେ ପଡୁଥିବା ଘରଗୁଡ଼ିକୁ ଗ୍ରାସ କରୁଛି। 

ଛୋଟ ଜନବସତିକୁ ଗ୍ରାସ

ରିପୋର୍ଟ ଅନୁଯାୟୀ, ସମରଲାଣ୍ଡରେ ରହୁଥିବା ପ୍ରାୟ ୧୨ ହଜାର ଲୋକଙ୍କୁ ଏବଂ ନିକଟସ୍ଥ ପିଚଲାଣ୍ଡ ତଥା ଏହାର ଆଖପାଖରେ ଥିବା ପ୍ରାୟ ୮ ହଜାର ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିକାଣ୍ଡ ଯୋଗୁଁ କେତେ ଘର ନଷ୍ଟ ହୋଇଛି ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି।ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ବାଲ୍ଡ ରେଞ୍ଜରେ ଲାଗିଥିବା ନିଆଁ ସମ୍ପର୍କରେ ରିପୋର୍ଟ କରାଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଏହା ପ୍ରାୟ ୫୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଏହା ଫାଉଲ୍ଡରର ଛୋଟ ଜନବସତିକୁ ଗ୍ରାସ କରି ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ସମରଲାଣ୍ଡ ମୁହାଁ ହୋଇଥିଲା। ଓକାନାଗାନ-ସିମିଲକାମିନ ଆଞ୍ଚଳିକ ଜିଲ୍ଲାର ଜରୁରୀକାଳୀନ ଅଧିକାରୀ ଏରିକ୍ ଥମ୍ପସନ କହିଛନ୍ତି ଯେ, ଅଞ୍ଚଳରେ ଦେଖାଯାଇଥିବା ସବୁଠାରୁ ଦ୍ରୁତ ବ୍ୟାପୁଥିବା ଜଙ୍ଗଲ ନିଆଁ ମଧ୍ୟରୁ ଏହା ଗୋଟିଏ।

H1B Visa: ଚାକିରି ହରାଇବା ମାତ୍ରେ ଆମେରିକା ଛାଡିବାକୁ ପଡିବ: ଭାରତୀୟଙ୍କୁ ଝଟକା ଦେବାକୁ ଆମେରିକାର ଯୋଜନା

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓଗୁଡ଼ିକରେ ଅନେକ ଘର ଜଳୁଥିବାର ଦେଖାଯାଉଛି, ରାସ୍ତାର ଉଭୟ ପାର୍ଶ୍ୱରେ ନିଆଁ ଲାଗି ଥିବାରୁ ଲୋକମାନେ ରାସ୍ତା ଉପରେ ଦୌଡୁଥିବାର ଦେଖାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.