ARTICLE AD BOX
ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯିବେ। ସେ ସ୍ପେନ, ବେଲଜିୟମ ଓ ଫିନ୍ଲ୍ୟାଣ୍ଡ ଯାତ୍ରା କରି ଦ୍ବିପାକ୍ଷିକ ବାଣିଜ୍ୟ ଓ ନିବେଶ ବଢ଼ାଇବା ସମ୍ପର୍କରେ ଆଲୋଚନା କରିବେ। ତାଙ୍କ ସହିତ ମାନୁଫାକ୍ଚରିଂ, ସ୍ବଚ୍ଛ ଶକ୍ତି, ଡିଜିଟାଲ ପ୍ରଯୁକ୍ତି, ଗହଣା ଓ ରତ୍ନପଥର, ସ୍ବାସ୍ଥ୍ୟସେବା, ଖାଦ୍ୟ ପ୍ରକ୍ରିୟାକରଣ ଓ ଡିଜାଇନ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନିର ପ୍ରତିନିଧିମାନଙ୍କ ଏକ ମଣ୍ଡଳୀ ଯାତ୍ରା କରିବ।
ଜୁଲାଇ ୧୩ରେ ସେ ସ୍ପେନରେ ଏକ ରାଉଣ୍ଡଟେବୁଲ ବୈଠକରେ ଯୋଗ ଦେଇ ଅଟୋମୋବାଇଲ୍, ଅକ୍ଷୟ ଶକ୍ତି, ରେଳ, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗିତା ବଢ଼ାଇବା ସମ୍ପର୍କରେ କାର୍ଯ୍ୟ କରିବେ। ସ୍ପେନର ବିଭିନ୍ନ କମ୍ପାନି ଯଥା ଇବେରଡ୍ରୋଲା, ଆସିଓନା, ସିଏଏଫ୍, ଟାଲ୍ଗୋ, ଗେଷ୍ଟାମ୍ପ ଓ ଇନ୍ଦ୍ରାର ଭାରତରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି।
ବିହାରକୁ ଅପମାନ ଦେବା ଉଦ୍ଦେଶ୍ୟ ନ ଥିଲା: ଟିପ୍ପଣୀ ପ୍ରତ୍ୟାହାର କଲେ ମନ୍ତ୍ରୀ ପୀୟୂଷ ଗୋୟଲ୍
ସେହିପରି ଭାରତୀୟ କମ୍ପାନି ଟିସିଏସ୍, ଇନ୍ଫୋସିସ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଓ ଏଲ୍ଆଣ୍ଡ୍ଟିର ବ୍ୟାପକ ଉପସ୍ଥିତି ସ୍ପେନରେ ରହିଛି। ଜୁଲାଇ ୧୪-୧୫ରେ ଶ୍ରୀ ଗୋୟଲ ବେଲଜିୟମର ଏକ ସିଇଓ ସ୍ତରୀୟ ବୈଠକରେ ଭାଗ ନେବେ। ଜୁଲାଇ ୧୬-୧୭ରେସେ ଭାରତ-ଫିନଲ୍ୟାଣ୍ଡ ରାଉଣ୍ଡଟେବୁଲ୍ ବୈଠକରେ ଅଂଶଗ୍ରହଣ କରିବେ।

1 hour ago
2


