ARTICLE AD BOX
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଫୁଟ୍ବଲ୍ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଗୋ ମିଡିଆ ଷ୍ଟାଡିୟମ୍ରେ ଖେଳାଯାଇଥିବା ଘରୋଇ ଦଳ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଭାରତ ୦-୫ ଗୋଲ୍ରେ ହାରି ଯାଇଛି। ଭ୍ରମଣକାରୀ ଦଳ ମ୍ୟାଚ୍ର ପଞ୍ଚମ ମିନିଟ୍ରେ ବିଜୟ ଭାର୍ଗେସଙ୍କ ଆତ୍ମଘାତୀ ଗୋଲ୍ରେ ପଛୁଆ ହୋଇଥିଲା।
ବିଜୟ ଭାର୍ଗେସଙ୍କ ଆତ୍ମଘାତୀ ଗୋଲ୍
ଏହାପରେ ନ୍ୟୁଜିଲାଣ୍ଡର ଜେସେ ରାନ୍ଦାଲ (୩୪, ୪୩ ମିନିଟ୍) ଦୁଇଟି ଗୋଲ୍ ଦେଇ ଘରୋଇ ଦଳକୁ ପ୍ରଥମାର୍ଦ୍ଧରେ ୩-୦ରେ ଆଗରେ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ କ୍ରିସ୍ ଉଡ୍ (୫୭ ମିନିଟ୍) ଓ ଲାଚଲାନ ବାଇଲିସ୍ (୭୪ ମିନିଟ୍) ଆଉ ଗୋଟିଏ ଲେଖାଏଁ ଗୋଲ୍ ଦେଇ ନ୍ୟୁଜିଲାଣ୍ଡକୁ ୫-୦ରେ ବିଜୟ ଭେଟି ଦେଇଥିଲେ। ଉଭୟ ଦଳ ଦ୍ବିତୀୟ ମ୍ୟାଚ୍ ଖ୍ରୀଷ୍ଟଚର୍ଚ୍ଚରେ ରବିବା ଖେଳିବେ।

3 hours ago
3


