Football: ଅଲଭାରେଜ୍‌ଙ୍କୁ ନେଇ ବିବାଦ: ବାର୍ସିଲୋନାକୁ ୬୦୨ ୟୁରୋ ଜରିମାନା

1 hour ago 2
ARTICLE AD BOX

ମାଡ୍ରିଡ୍‌: ଆଟ୍‌ଲେଟିକୋ ମାଡ୍ରିଡ୍‌ର ତାରକା ଷ୍ଟ୍ରାଇକର୍‌ ଜୁଲିଆନ୍‌ ଅଲ୍‌ଭାରେଜ୍‌ଙ୍କ ସହ ବିନା ଅନୁମତିରେ ଯୋଗାଯୋଗ କରିବା ବାର୍ସିଲୋନାକୁ ମହଙ୍ଗା ପଡ଼ିଛି। ଏଥିଲାଗି ବାର୍ସିଲୋନାକୁ ସ୍ପେନ୍‌ ଫୁଟ୍‌ବଲ୍‌ ମହାସଂଘ (ଆର୍‌ଏଫ୍‌ଇଏଫ୍‌) ୬୦୨ ୟୁରୋ (ପ୍ରାୟ ୭୪,୦୦୦) ଜରିମାନା କରିଛି। ୨୦୩୦ ଜୁନ୍‌ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଖେଳାଳିଙ୍କ ସହ ଆଟ୍‌ଲେଟିକୋ ଚୁକ୍ତି ରହିଛି।

ହେଲେ ଏହା ପୂର୍ବରୁ ଆଟ୍‌ଲେଟିକୋର ଅନୁମତି ନନେଇ ଅଲ୍‌ଭାରେଜ୍‌ଙ୍କୁ ଦଳରେ ନେବା ଲାଗି ବାର୍ସିଲୋନା ଯୋଗାଯୋଗ କରିଥିଲା। ଫଳରେ ଫୁଟ୍‌ବଲ୍‌ ମହାସଂଘ ନିୟମ ୧୩୩ର ଉଲ୍ଲଂଘନ ଅନୁଯାୟୀ ବାର୍ସିଲୋନାକୁ ଏହି ଜରିମାନା ହୋଇଛି। ଅନ୍ୟପକ୍ଷରେ ବର୍ସିଲୋନା ପକ୍ଷରୁ ଖେଳିବା ଲାଗି ଅଲ୍‌ଭାରେଜ୍‌ ଇଚ୍ଛା ପ୍ରକାଶ କରି ଆଟ୍‌ଲେଟିକୋ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି।

ଦୁଇ କ୍ଲବ୍‌ ମଧ୍ୟରେ ବିବାଦ

ଗତ ବିଶ୍ବକପ୍‌ ବେଳେ ଅଲ୍‌ଭାରେଜ ଏକ ସାକ୍ଷାତକାରରେ ବାର୍ସିଲୋନା ପକ୍ଷରୁ ଖେଳିବାକୁ ସ୍ବପ୍ନ ଥିବା କହିଥିଲେ। ଏହାପରେ ଗ୍ରୀଷ୍ମକାଳୀନ ଅଦଳବଦଳ ବେଳେ ଦୁଇ କ୍ଲବ୍‌ ମଧ୍ୟରେ ବିବାଦ ଆରମ୍ଭ। ଶନିବାର ଡେପୋର୍ଟିଭୋ ଲା କୋରୁନା ବିପକ୍ଷ ମ୍ୟାଚ୍‌ରେ ଅଲ୍‌ଭାରେଜ୍‌ଙ୍କ ଗୋଲ୍‌ ବଳରେ ଆଟ୍‌ଲେଟିକୋ ବିଜୟୀ ହୋଇଥିଲା। ଆଟ୍‌ଲେଟିକୋ ଏହି ବିଜୟ ସହ ଲା ଲିଗା ଟେବୁଲ ଶୀର୍ଷରେ ଥିବା ବାର୍ସିଲୋନାଠାରୁ ମାତ୍ର ୨ ପଏଣ୍ଟ ପଛରେ ରହିଛି। ଏହି ମ୍ୟାଚ୍‌ ପରେ ସେ ଆଟ୍‌ଲେଟିକୋ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ। ‘‘ଏହା ମୋର ଭୁଲ ଥିଲା। ଏଥିପାଇଁ କ୍ଷମା ମାଗୁଛି। ବୁଝିପାରୁଛି ଯେ ପ୍ରଶଂସକମାନେ କାହିଁକି ରାଗିଛନ୍ତି। ମୁଁ ବି ପ୍ରଶଂସକ ହୋଇଥିଲେ ରାଗିଥାନ୍ତି’’ ବୋଲି ଅଲ୍‌ଭାରେଜ୍‌ କହିଛନ୍ତି।

India vs New Zealand: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦ର ସବୁ ଟିକେଟ ଶେଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.