Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଗୁରୁବାର ଚୀନ୍‌କୁ ଭେଟିବ ଭାରତ

58 minutes ago 1
ARTICLE AD BOX

ଚଣ୍ଡିଗଡ଼: ଚଳିତ ଚାମ୍ପିଅନ୍ସ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ୫ ଥରର ବିଜେତା ଭାରତ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଗୁରୁବାର ଚୀନ୍‌କୁ ଭେଟିବ। ଜାପନରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଲଗାତାର ଦ୍ବିତୀୟ ସ୍ୱର୍ଣ୍ଣ ସହ ଲସ୍ଏଞ୍ଜେଲସ୍ ଅଲିମ୍ପିକ୍ସରେ ସ୍ଥାନ ପକ୍କା କରିଥିବାରୁ ହରମନ୍‌ପ୍ରୀତ ସିଂହଙ୍କ ଦଳ ଦୃଢ଼ ଆତ୍ମବିଶ୍ୱାସରେ ରହିଛି।

ଏହି ଦଳ ମଙ୍ଗଳବାର ବାଂଲାଦେଶକୁ ଏକତରଫା ଭାବେ ୧୩-୦ ଗୋଲ୍‌ରେ ପରାସ୍ତ କରିଛି। ଏଥିରେ ଉଭୟ ୮ ଫିଲ୍ଡ ଓ ୫ ପେନାଲ୍ଟି କର୍ଣ୍ଣର ଗୋଲ୍‌ ରହିଥିଲା। ମନଦୀପ ସିଂହ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ହରମନ୍‌ପ୍ରୀତ, ଦିଲପ୍ରୀତ ସିଂହ, ଉପଅଧିନାୟକ ହାର୍ଦିକ ସିଂହ ୨ ଲେଖାଏଁ ଏବଂ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା, ନୀଳକାନ୍ତ ଶର୍ମା ଓ ଯୁଗରାଜ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଏହି ବିଜୟରେ ନିଜ ନିଜର ଅବଦାନ ରଖିଥିଲେ। ଚୀନ ବିପକ୍ଷରେ ଏହି ଧାରା ବଜାୟ ରଖିବାକୁ ଭାରତ ଲକ୍ଷ୍ୟ ରଖିଛି।

ଚୀନ୍‌ ସମ୍ପୂର୍ଣ୍ଣ ନୂଆ ଦଳ ସହ ଏଠାକୁ ଆସିଛି

ଅନ୍ୟପକ୍ଷରେ ଚୀନ୍‌ କଡ଼ା ସଂଘର୍ଷ କରି ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ମାଲେସିଆଠୁ ୪-୫ ଗୋଲ୍‌ରେ ହାରି ଯାଇଥିଲା। ଏହି ପ୍ରତିଯୋଗିତାକୁ ନୂଆ ଦଳ ସହ ଆସିଥିବା ଚୀନ୍‌ ପ୍ରଥମ ମ୍ୟାଚ୍‌‌ରେ ମାଲେସିଆକୁ ଟକ୍କର ଦେଇଥିବାରୁ ଭାରତକୁ ସହଜରେ ବାଟ ଛାଡ଼ିବନି। ଏହାକୁ ନେଇ ଭାରତର ମୁଖ୍ୟ ପ୍ରଶିକ୍ଷକ ‌କ୍ରେଗ୍‌ ଫୁଲ୍‌ଟନ୍‌ କହିଛନ୍ତି, ଚୀନ୍‌ ସମ୍ପୂର୍ଣ୍ଣ ନୂଆ ଦଳ ସହ ଏଠାକୁ ଆସିଛି। ଏସୀୟ କ୍ରୀଡ଼ାରେ ଖେଳିଥିବା ଖେଳାଳି ଏଥିରେ ନାହାନ୍ତି। ତେଣୁ ଏହି ଦଳ ବିଷୟରେ ଆମେ କିଛି ଜାଣିନୁ କି ସେମାନଙ୍କ ଖେଳ ଦେଖିନୁ। ତେଣୁ ଆମେ ସେମାନଙ୍କ ବିଷୟରେ ଜାଣିବା ଲାଗି କାଲିର ମ୍ୟାଚ୍‌ ଭିଡିଓକୁ ଦେଖି ଯୋଜନା ପ୍ରସ୍ତୁତ କରିବୁ।’’

Football: ଅଲଭାରେଜ୍‌ଙ୍କୁ ନେଇ ବିବାଦ: ବାର୍ସିଲୋନାକୁ ୬୦୨ ୟୁରୋ ଜରିମାନା

ଭାରତୀୟ ଦଳ: ଗୋଲି-ସୂରଜ କରକେରା, କ୍ରିଷନ ବାହାଦୁର ପାଠକ, ଡେଫେଣ୍ଡର-ସଞ୍ଜୟ, ହରମନ୍‌ପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ଜର୍ମନପ୍ରୀତ ସିଂହ, ଅମନଦୀପ ଲାକ୍ରା, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଫରୱାର୍ଡ-ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ମନଦୀପ ସିଂହ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.