Flydubai Co-pilot: ‘ଫ୍ଲାଇଦୁବାଇ’ କକପିଟ୍ ଆକ୍ରମଣ ଘଟଣା: ଆକ୍ରମଣକାରୀ ଓମାନୀ ସହ-ପାଇଲଟଙ୍କୁ ୟୁଏଇକୁ ହସ୍ତାନ୍ତର କଲା ସାଉଦି ଆରବ

36 minutes ago 1
ARTICLE AD BOX

ରିୟାଧ/ଆବୁଧାବି: ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ''ଫ୍ଲାଇଦୁବାଇ'' ବିମାନର କକପିଟରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନ କ୍ରାସ୍ କରିବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ଓମାନୀ ସହ-ପାଇଲଟଙ୍କୁ ସାଉଦି ଆରବ ସରକାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ବୁଧବାର ସାଉଦି ଆରବର ତବୁକ୍ ସହରରେ ବିମାନଟି ଜରୁରୀକାଳୀନ ଅବତରଣ କରିବା ପରେ ସାଉଦି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଏଇର ସୁରକ୍ଷା ଟିମ୍ ମିଳିତ ଭାବେ ପ୍ରାଥମିକ ତଦନ୍ତ କରିଥିଲେ। ତଦନ୍ତ ସମୟରେ ସହ-ପାଇଲଟ୍ ଜଣକ କ୍ୟାପ୍ଟେନଙ୍କୁ ଛୁରୀଆଘାତ କରି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଥିଲା। ଉଭୟ ପାଇଲଟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଡାକ୍ତରୀ ମଞ୍ଜୁରୀ ମିଳିବାରୁ ଗୁରୁବାର ସକାଳେ ସେମାନଙ୍କୁ ଆବୁଧାବି ପଠାଇ ଦିଆଯାଇଛି।

ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ଏହି ସଂଘାତିକ ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର କିମ୍ବା ଉଦ୍ଦେଶ୍ୟ ରହିଛି କି ନାହିଁ, ସେ ନେଇ ୟୁଏଇର ଆଇନଗତ ଓ ତଦନ୍ତକାରୀ କର୍ତ୍ତୃପକ୍ଷ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି। ଇରାନ୍ ସହ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ଆଞ୍ଚଳିକ ପରିସ୍ଥିତି ମଧ୍ୟରେ ଏହି ଆକ୍ରମଣ ସୁରକ୍ଷା ଚିନ୍ତାକୁ ବହୁଗୁଣିତ କରିଦେଇଛି। ସହ-ପାଇଲଟ୍ ଜଣକ ନିଜ ନିୟନ୍ତ୍ରଣକୁ ବିମାନ ନେଇ ଏହାକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଯୋଜନାବଦ୍ଧ ଉଦ୍ୟମ କରିଥିଲେ କି ନାହିଁ, ସେ ନେଇ ସୂଚନା ସଂଗ୍ରହ କରାଯାଉଛି। ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାର ସୂକ୍ଷ୍ମ ଅନୁଧ୍ୟାନ କରୁଥିବା ସ୍ପଷ୍ଟ କରିଛି। ଅପରପକ୍ଷରେ, ଆହତ ହୋଇ ଚିକିତ୍ସିତ ହେଉଥିବା ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛାରଙ୍କୁ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ହସ୍ପିଟାଲରେ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Gandhi jayanti: ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ  ପ୍ରଧାନମନ୍ତ୍ରୀ... ସତ୍ୟ ଓ ଅହିଂସାର ବାର୍ତ୍ତାକୁ ମନେ ପକାଇଲା ଦେଶ

ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନା ଅନୁଯାୟୀ, କ୍ୟାପ୍ଟେନ୍ ମଚ୍ଛାର ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ତାଙ୍କର ଉତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବା ପାଇଁ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.