fly ash: ଫ୍ଲାଏ ଆସ୍‌ରୁ ବିରଳ ମୃତ୍ତିକା ଉପାଦାନ ପୁନରୁଦ୍ଧାର କରାଯିବ: ନାଲ୍‌କୋ ଆରମ୍ଭ କଲା ପାଇଲଟ୍‌ ପ୍ଲାଣ୍ଟ

1 hour ago 1
ARTICLE AD BOX

ଭୁବନେଶ୍ବର: ଫ୍ଲାଏ ଆସ୍‌ରୁ ଶିଳ୍ପ ଉପଯୋଗୀ ଅବଶିଷ୍ଟାଂଶ ଓ ବିରଳ ମୃତ୍ତିକା (ରେୟାର ଆର୍ଥ) ଉପାଦାନ ପୁନରୁଦ୍ଧାର କରିବା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ କମ୍ପାନି (ନାଲ୍‌କୋ) ପକ୍ଷରୁ ଏକ ଦୈନିକ ୫୦ କିଲୋଗ୍ରାମ କ୍ଷମତା ସମ୍ପନ୍ନ ଫ୍ଲାଏ ଆସ୍‌ ପ୍ରକ୍ରିୟାକରଣ ପାଇଲଟ୍‌ ପ୍ଲାଣ୍ଟ ଆରମ୍ଭ କରାଯାଇଛି। ନାଲ୍‌କୋ ଓ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଦ୍ବାରା ବିକଶିତ ଏକ ମିଳିତ ପେଟେଣ୍ଟ ଅନୁସାରେ କାରଖାନାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଆଲୁମିନା, ସେରାମିକ୍‌ରେ ପ୍ର‌ୟୋଗ ପାଇଁ ସିଲିକେଟ୍‌, କାଚ ତିଆରି ପାଇଁ କ୍ବାର୍ଟଜ ଅବଶିଷ୍ଟାଂଶ ଓ ସ୍କାନଡିୟମ ସମେତ ଲୁହା ହାଇଡ୍ରୋକ୍ସାଇଡ୍‌ ଭଳି ବିରଳ ମୃତ୍ତିକା ଉପାଦାନର ପୁନରୁଦ୍ଧାର କରାଯିବ।

Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

ଆଜି ନାଲ୍‌କୋ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଏନ୍‌ଆର୍‌ଟିସି)ରେ ବିଟୁମିନ୍‌ସ କୋଇଲା ଫ୍ଲାଏ ଆସ୍‌ ପ୍ରକ୍ରିୟାକରଣ ପାଇଁ ପ୍ରଥମ ସ୍ବଦେଶୀ ପ୍ଲାଣ୍ଟକୁ ନାଲ୍‌କୋର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବକ୍ସାଇଟ୍‌ ଅବଶିଷ୍ଟ (ରେଡ୍‌ ମଡ୍‌) ମୂଲ୍ୟାଙ୍କନ ପାଇଁ ଏକ ପାଇଲଟ୍‌ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଭୂମିପୂଜନ ହୋଇଥିଲା। ଏହି ପ୍ଲାଣ୍ଟ ଜରିଆରେ ରେଡ୍‌ ମଡ୍‌ରୁ ଫେରୋ ଟାଇଟାନିୟମ ଆଲୟ, ମେଟାଲିକ୍‌ ଆଇରନ୍‌ ଓ ବିରଳ ମୃତ୍ତିକା ଉପାଦାନଗୁଡ଼ିକୁ ପୁନରୁଦ୍ଧାର କରିବା ଉପରେ ଗବେଷଣା ହେବ।

Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

ସ୍ଥାୟୀ ଚୁମ୍ବକ, ଇଲେକ୍ଟ୍ରିକ ଯାନ (ଇଭି), ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ ବିରଳ ମୃତ୍ତିକ ଉପାଦାନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ। ଫ୍ଲାଏ ଆସ୍‌ ପାଇଲଟ୍‌ ପ୍ଲାଣ୍ଟ୍‌ରେ ବିରଳ ମୃତ୍ତିକା କନ୍‌ସେଣ୍ଟ୍ରେଣ୍ଟ ଉତ୍ପାଦନ କରାଯିବ, ଯାହାଦ୍ବାରା ମିଶ୍ରିତ ବିରଳ ମୃତ୍ତିକ ଉପାଦାନର ପୁନରୁଦ୍ଧାର ଓ ପୃଥକୀକରଣ ଉପରେ ଅଧିକ ଗବେଷଣା ହୋଇପାରିବ। ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ବାଣିଜ୍ୟିକ) ଅନିଲ କୁମାର ସିଂହ, ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ, କିଟ୍‌ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.