ARTICLE AD BOX
ନୂଆଦିଲ୍ଲୀ: ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ପାଣି ପଶି ଜଳମଗ୍ନ ହୋଇ ରହିଥିବାବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଗତ ୩୬ ଘଣ୍ଟାରେ ଗୁଜରାଟର ଭାଲସାଡ ଜିଲ୍ଲାର ଉମ୍ବରଗାଓଁ ତାଲୁକରେ ୧୨୦୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟରେ ପ୍ରାୟ ୧୨୦୦ ଲୋକ ଫସି ରହିଥିବା ସେମାନଙ୍କୁ ଉଦ୍ଧାର କରାଯାଇଛି। ୨୨,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଗୁଜରାଟର ୧୦ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି। ନବସାରୀ ଓ ଭାଲସାଡ ଜିଲ୍ଲା ବର୍ଷା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ନବସାରୀରେ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା।
ଆହୁରି ପଢନ୍ତୁ: CJP Food Donor: CJP ପ୍ରଦର୍ଶନକାରୀଙ୍କୁ ଖାଦ୍ୟ କିଏ ପଠାଉଛି ? ଶହ ଶହ ଖାଦ୍ୟ ପାସର୍ଲରେ ନାହିଁ ନାଁ
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ତଳୁଆ ଅଞ୍ଚଳରେ ପାଣି ପଶି ଯାଇଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଉଭୟ ରାଜ୍ୟ ପାଇଁ ଆଗାମୀ ଦିନରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଅପରାହ୍ଣ ଓ ସନ୍ଧ୍ୟାରେ ଦିଲ୍ଲୀ-ଏନ୍ସିଆର୍, ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ରାଜସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଜୁଲାଇ ୨୪ ଓ ୨୫ ତାରିଖରେ ରାଜସ୍ଥାନ ଓ ଗୁଜରାଟର କେତେକ ଅଞ୍ଚଳ ସହିତ ମଧ୍ୟ ମହାରାଷ୍ଟ୍ରରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ରେଲୱେ ବର୍ଷା ଯୋଗୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜୁଲାଇ ୨୪ରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ଚୀର, ଲଦାଖ ଓ ଉତ୍ତରାଖଣ୍ଡରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆହୁରି ପଢନ୍ତୁ: Ranpur priest death କର୍ମକାଣ୍ଡରେ ଶ୍ଳୋକ ପଢ଼ିବା ବେଳେ ଯୁବ ପୁରୋହିତଙ୍କ ହୃଦ୍ଘାତରେ ମୃତ୍ୟୁ
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି। ଗତ ୨୪ ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ବନ୍ୟା ଯୋଗୁ ରାଜ୍ୟରେ ଏବେବି ୪୦ ଜଣ ନିଖୋଜ ଥିବାବେଳେ ମୃତ୍ୟୁୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଶୁକ୍ରବାର ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ବନ୍ୟା ଯୋଗୁ ୧୧ ଜିଲ୍ଲାରେ ୭.୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜସ୍ଥାନର ମକରାନାରେ ମାର୍ବଲ ଖଣି ଭୁଶୁଡ଼ି ପଡ଼ିଥିଲେ ମଧ୍ୟ ଖଣି କାର୍ଯ୍ୟ ବନ୍ଦ ଥିବାରୁ କେହି ମୃତାହତ ହୋଇନାହାନ୍ତି। ରାଜସ୍ଥାନର ୧୧ ଜିଲ୍ଲାରେ ବର୍ଷା ଜାରି ରହିଛି। ଗତ ୧୦ ଦିନ ଧରି ୟୁପିରେ ବର୍ଷା ଯୋଗୁଁ ଗଙ୍ଗା, ଯମୁନା ନଦୀ ସମେତ ୧୦ଟି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୀତାପୁରରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଗ୍ରାମବାସୀ ଡଙ୍ଗାରେ ଯାତାୟାତ କରୁଛନ୍ତି।

56 minutes ago
1


