Flood: ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା, ଉତ୍ତର ବାଲେଶ୍ୱରର ୪ ବ୍ଲକର ୧୫୪ ଗାଁ ଜଳମଗ୍ନ

2 days ago 2
ARTICLE AD BOX

ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ସୁବର୍ଣ୍ଣରେଖା ନଦୀର ଅବବାହିକା ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ଖରସ୍ରୋତା ସୁବର୍ଣ୍ଣରେଖା ନଦୀରେ ପୁଣି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି। ଫଳରେ ନଦୀର ନିମ୍ନ ଅବବାହିକା ଅଞ୍ଚଳ କୁହାଯାଉଥିବା ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଜଳେଶ୍ୱର, ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକ୍ ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତିଗମ୍ଭୀରହେବାରେ ଲାଗିଛି। ଗୋଟିଏ ପଟେ ଲଗାଣ ବର୍ଷା ପାଣି ଓ ଅନ୍ୟପଟେ ଝାରଖଣ୍ଡର ଗାଲୁଡିହ ବ୍ୟାରେଜର ୭ ଟି ଗେଟ୍ କୁ ଗତକାଲି ସକାଳ ୮ ଟା ସମୟରେ ଖୋଲି ଦିଆଯିବା ପରେ ବନ୍ୟା ପରିସ୍ଥିତି ଏପରି ଗମ୍ଭୀର ହୋଇଥିବା କୁହାଯାଇଛି। ୭ଟି ଗେଟ୍ ଦେଇ ନଦୀକୁ ୨୮୦୮ କ୍ୟୁସେକ ପାଣି ନଦୀ କୁ ନିଷ୍କାସିତ ହେଉଥିବାରୁ ସୁବର୍ଣ୍ଣରେଖା ନଦୀର ନିମ୍ନ ଅବବାହିକା ଅଞ୍ଚଳରେ ନଦୀର ଜଳପତ୍ତନ ଗତକାଲି ମଧ୍ୟାହ୍ନରୁ ହୁହୁ ହୋଇ ବଢୁଛି।

ବନ୍ୟା ଜଳ ସମୁଦ୍ରକୁ ନିଷ୍କାସିତ ହୋଇ ପାରୁନାହିଁ

ଉପରମୁଣ୍ଡରେ ଥିବା ଜାମଶୋଳାଘାଟ ଠାରେ ଆଜି ସକାଳ ୭ ଟାରେ ନଦୀ ବିପଦ ସଙ୍କେତ ଉପରେ ଅର୍ଥାତ୍ ୫୧.୪୨୦ ମିଟର ରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ମଧ୍ୟ ବିପଦ ସଙ୍କେତ ପାଖାପାଖି ୧୦.୧୮ ମିଟର ରେ ପ୍ରବାହିତ ହେଉଛି। ଏହି ଦୁଇ ସ୍ଥାନରେ ନଦୀର ବିପଦ ସଂକେତ ଯଥାକ୍ରମେ ୪୯.୧୬୦ ଓ ୧୦.୩୬ ମିଟର ରହିଛି। ରାଜଘାଟ ଠାରେ ପ୍ରତି ସେକେଣ୍ଡରେ ପାଖାପାଖି ୪ ହଜାର କ୍ୟୁମେକ ପାଣି ନଦୀକୁ ନିଷ୍କାସିତ ହେଉଛି।ସମୁଦ୍ର ଏବେ ଜୁଆରିଆ ଥିବାରୁ ବନ୍ୟା ଜଳ ଠିକ ଭାବେ ସମୁଦ୍ରକୁ ନିଷ୍କାସିତ ହୋଇ ପାରୁନାହିଁ।ସୁବର୍ଣ୍ଣରେଖା ନଦୀରେ ଏହି ଚତୁର୍ଥ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ଵର ର ୩୮ ଟି ପଞ୍ଚାୟତ ର ୧୫୪ ଟି ଗାଁ ଏବେ ବନ୍ୟା ଜଳ ଦ୍ବାରା ପ୍ଳାବିତ ହେବାକୁ ଲାଗିଲାଣି। ବିଶେଷ କରି ଭୋଗରାଇ ବ୍ଲକ ୧୫ ଟି ପଞ୍ଚାୟତ,ବାଲିଆପାଳ ବ୍ଲକର ୯, ଜଳେଶ୍ୱରର ୮ ଓ ବସ୍ତା ବ୍ଲକ୍ ୬ ଟି ପଞ୍ଚାୟତର ଶହେ ରୁ ଉର୍ଦ୍ଧ୍ବ ଗାଁ ପାଣିଘେରରେ।ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀକୂଳରେ ଥିବା ଅସ୍ତି,ବିଷ୍ଣୁପୁର,ମଧୁପୁରା,ଜାମୁକୁଣ୍ଡା ଓ ବାଲିଆପାଳ ଓ ଭୋଗରାଇ ବ୍ଲକର ଆରୁହାବୃତ୍ତି,କୁମ୍ଭୀରଗଡି,ଖରିଦପିପଳ,ଗବଗାଁ, ଆଦି ପଞ୍ଚାୟତର ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଜଳେଶ୍ଵର ବ୍ଲକର ପଶ୍ଚିମବାଡ ପଞ୍ଚାୟତର ଚଡ୍ ନମକନା, ଦେବକୁମାର ଗାଁର ଦଳେଇ ସାହି,ବାଇଗଣବାଡିଆ ପଞ୍ଚାୟତର ଛୋଟଖାନପୁର,ଆକନା,କାଳିକାପୁର ଝାଡପିପଳ ପଞ୍ଚାୟତର ଝାଡପିପଳ,ଘଣ୍ଟିଆଡି,ଗଡସାହି ବାଲିଆପାଳ ପଞ୍ଚାୟତର ଗାଁ ଗୁଡ଼ିକରେ ସହସ୍ରାଧିକ ପରିବାର ଗତକାଲି ବିଳମ୍ବିତ ରାତିରୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

Flood Situation: ନବରଙ୍ଗପୁରରେ ବନ୍ୟା ସ୍ଥିତି ଅସମ୍ଭାଳ, ଜଳବନ୍ଦୀରେ ସହରବାସୀ ଓ ୪ ବ୍ଲକର ଲୋକେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.