ARTICLE AD BOX
ଜଳେଶ୍ୱର: ସୁବର୍ଣ୍ଣରେଖା ବନ୍ୟାରେ ବାଲେଶ୍ବର ଜିଲ୍ଲାଜଳେଶ୍ୱର ବ୍ଲକ୍ର ବାଇଗଣବାଡ଼ିଆ ପଞ୍ଚାୟତର ଆକନା, ଛୋଟଖାନପୁର, କଣ୍ଟାପାଳ, କାଳିକାପୁର ଓ ବାଇଗଣବାଡ଼ିଆ ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ୫ ନମ୍ବର ୱାର୍ଡ ଅଧୀନ ଛୋଟଖାନପୁର ଗାଁର ମାହାନାସାହିର ୯୦ରୁ ଊର୍ଦ୍ଧ୍ବ ପରିବାର ଦୟନୀୟ ସ୍ଥିତିରେ ଅଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି। ଗ୍ରାମର ରବୀନ୍ଦ୍ର ନାଥ ଗିରିଙ୍କ କହିବା କଥା; ୧୮ ତାରିଖରେ ନଦୀର ଜଳସ୍ତର ବଢ଼ିବ ବୋଲି ଗ୍ରାମବାସୀ ସୂଚନା ପାଇଥିଲେ। କିନ୍ତୁ ୧୯ ତାରିଖ ରାତି ବେଳକୁ ଗାଁ ଭିତରେ ବନ୍ୟାପାଣି ପଶିବ ବୋଲି କେହି କଳ୍ପନା ବି କରିନଥିଲେ। ହଠାତ୍ ଘର ଭିତରେ ପାଣି ପଶିଲା। ଧାନଚାଉଳ, ଆସବାବପତ୍ର, ଜରୁରି ସାମଗ୍ରୀ ବନ୍ୟାପାଣିରେ ଭାସିଗଲା ଏବଂ ଭିଜି ନଷ୍ଟ ହୋଇଗଲା।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ଗତକାଲିଠାରୁ ପାଣି କମିଛି, ହେଲେ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ଚୁଲିରେ ପାଣି ଜମି ରହିଥିବା ବେଳେ ୪ ଦିନ ହେଲା ରୋଷେଇ ହୋଇପାରୁନି। ବନ୍ୟା ପୀଡ଼ିତ ପରିବାର କାଦୁଅ ପଚପଚ ଘରେ ବିପଦସଙ୍କୁଳ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। କିଏ ଖଟ ଉପରେ ତ କିଏ ପଟା ପକାଇ ୪ ଦିନ ହେଲା ଘରେ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବିିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ପ୍ରଶାସନ କହୁଥିଲେ ବି ଏଠାକାର ଅଧିକାଂଶ ପରିବାର ଏଥିରୁ ବଞ୍ଚିତ ଅଛନ୍ତି। ସେହିପରି ଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ପାର୍ଶ୍ବରେ ଗୋରୁଗାଈ ୪ ଦିନ ହେଲା ବନ୍ଧା ହୋଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
ସୁବର୍ଣ୍ଣରେଖା ନଦୀର ଅପରପାର୍ଶ୍ୱରେ ଥିବା ଆକନା ଗାଁରେ ମଧ୍ୟ ସମାନ ଅବସ୍ଥା। ପଡ଼ାଗ୍ରାମ ପାଳଚମ୍ପିର ଅଧିବାସୀଙ୍କ ପାଇଁ ୨୦ ତାରିଖ ଥିଲା କାଳରାତି। ୨୦୦୮ ମସିହା ବନ୍ୟା ପରେ ଏହା ସବୁଠାରୁ ବଡ଼ ବନ୍ୟା ଥିଲା। ବନ୍ୟା ଘରଦ୍ବାର, ଚାଷବାସ ସବୁକିଛି ଉଜାଡ଼ିଦେଲା ବୋଲି କହିଛନ୍ତି ଗ୍ରାମବାସୀ। କ୍ଷୟକ୍ଷତି ଆକଳନ ପୂର୍ବକ ଅବିଳମ୍ବେ ଘରଭଙ୍ଗା ସହାୟତା, ବାସହରା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଧରଣୀଧର ଦାସ, ଜନାର୍ଦ୍ଦନ ଅଣ୍ଡିଆ, ତଅପୋଇ ରଣା, ଲିପକ ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୌରହରି ପ୍ରଧାନ, ଜୀବନକୃଷ୍ଣ ପ୍ରଧାନ ପ୍ରମୁଖ ଜଳେଶ୍ୱର ବିଡିଓଙ୍କୁ ନିବଦେନ କରିଛନ୍ତି।

1 hour ago
1


