Flood Situation: ନବରଙ୍ଗପୁରରେ ବନ୍ୟା ସ୍ଥିତି ଅସମ୍ଭାଳ, ଜଳବନ୍ଦୀରେ ସହରବାସୀ ଓ ୪ ବ୍ଲକର ଲୋକେ

2 days ago 2
ARTICLE AD BOX

ନବରଙ୍ଗପୁର/ଚନ୍ଦାହାଣ୍ଡି: ନବରଙ୍ଗପୁର ସହର ସମେତ ଜ଼ିଲ୍ଲାରେ ବନ୍ୟା ସ୍ଥିତି ସୁଧିରିନି। ଏବେ ବି ଜଳବନ୍ଦୀ ଘେରରେ  ସହରବାସୀ ଓ ଚାରି ବ୍ଲକର  ଅଧିବାସୀ। ଇନ୍ଦ୍ରାବତୀ ଜଳଭଣ୍ଡାରର ସମସ୍ତ ୩ଟି ଗେଟ୍ ବନ୍ଦ କରାଯାଇଛି। ଏଣେ ଜିଲ୍ଲାରେ ମୁରାନ ଗେଟ ବି ବନ୍ଦକରାଯିବ ବୋଲି ସୂଚନା ଦେଇଛନ୍ତି ପୋଡ଼ଗଡ଼ ଡ୍ୟାମ ଡିଭିଜନ ନିର୍ବାହୀ ଯନ୍ତ୍ରୀ।

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଲଗାଣ ତିନି ଦିନର ବର୍ଷା ବେହାଲ କରିଛି। ବ୍ଲକର ପ୍ରମୁଖ ନଦୀନାଳ ଗୁଡିକରେ ବଢ଼ି ପାଣି ପ୍ରବାହିତ ହେଉଥିବା ବେଳେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିଛି।କେଉଁ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି ତ କେଉଁଠି ରାସ୍ତା, ପୋଲ ଧୋଇଯାଇ ବିଛିନ୍ନ ହୋଇଛି। ଅଞ୍ଚଳର ଜୁନାପାଣି, ସନ୍ଧିମୁଣ୍ଡା, ବନ୍ଧକୋନା, ବନାମହୁଲ, ବୋରିଗୁଡ଼ା ଓ ମହୋରା ଗ୍ରାମରେ ବନ୍ୟା ପାଣି ପଶିବା ଦ୍ୱାରା ଲୋକଙ୍କ ଘରେ ପାଣି ପଶି ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। ଜୁନାପାଣି-ବୋରିଗୁଡା, ସନ୍ଧିମୁଣ୍ଡା-ଚାନ୍ଦଗିରି, ଆମ୍ବଗୁଡା-ବୋରିଗୁଡ଼ା,ସାଲେଭଟା-ବେଲମାଝିଗୁଡା, କୁହୁଡ଼ି-କୁଆମ୍ବା ଆଦି ରାସ୍ତା ଧୋଇଯିବା ଓ ଗଛ ରାସ୍ତାରେ ପଡ଼ିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି। 

ଆରଏମସି ଗୋଦାମ ଗୃହ ପାଚେରୀ ଭାଙ୍ଗିଯାଇଛି

ସେହିଭଳି ମହୋରାସ୍ଥିତ ଆରଏମସି ଗୋଦାମ ଗୃହ ପାଚେରୀ ଭାଙ୍ଗି ପଡିଯାଇଛି। ଏହି ଲଗାଣ ବର୍ଷାରେ ଚିଲିଗାଁ, କଛାରପଡ଼ା, ଦଣ୍ଡାମୁଣ୍ଡା ଆଦି ଗ୍ରାମରେ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଦଣ୍ଡାମୁଣ୍ଡା-ଧୋଡ଼ିପାଣି ଓ ଧୋଡ଼ିପାଣି-ଫଟାମୁଣ୍ଡା ସୁଖା ନଦୀ ପୋଲ, କୁହୁଡ଼ି-କୁଆମ୍ବା, ବୋରିଗୁଡା-ଆମ୍ବଗୁଡା ରାସ୍ତା ମଧ୍ୟରେ ଥିବା ପୋଲୋ ଉପରେ ନଦୀ ପାଣି ପ୍ରବାହିତ ହୋଇଛି। ସୁଖା ନଦୀ ବନ୍ୟା ପାଣିରେ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଭାଙ୍ଗି ଯାଇଥିବା ବେଳେ ପରିସର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି। 

ସୁଜିତଙ୍କୁ ଭିଆଇପି ସେବା: ୫ ଦିନ ପରେ ନିଲମ୍ବନ କଲେ ସରକାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.