ARTICLE AD BOX
/sambad/media/media_files/2026/07/29/whatsapp-image-2026-07-29-21-18-46.jpeg)
1/6
ଯାଜପୁର ଜିଲ୍ଲାରେ ବର୍ଷା ପ୍ରଭାବରେ ନଦୀ ଗୁଡ଼ିକରେ ଫୁଲି ବନ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକମାନେ ବନ୍ୟା ପାଇଁ ଜଳବନ୍ଦୀ ହୋଇ ରହିବା ସହିତ ପାଣି ଘେର ମଧ୍ୟରେ ମଧ୍ୟ ରହିଛନ୍ତି । ଏହି ଚାରିଦିନ ବର୍ଷାରେ ଲୋକମାନେ କତରା ହୋଇ ଥିବାବେଳେ ବନ୍ୟା ପାଇଁ ସେମାନେ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି ।
/sambad/media/media_files/2026/07/29/whatsapp-image-2026-07-29-21-19-45.jpeg)
2/6
ଭଦ୍ରକରେ ବନ୍ୟା ଅଞ୍ଚଳରେ ରିଲିଫ ପ୍ରଦାନ
/sambad/media/media_files/2026/07/29/whatsapp-image-2026-07-29-21-20-45.jpeg)
3/6
ହାଟଡିହିରେ ବନ୍ୟା ବିଭୀଷିକା, ୪୦ ଗ୍ରାମରେ ୩୧ ହଜାର ୭୮୦ ଲୋକ ପ୍ରଭାବିତ
/sambad/media/media_files/2026/07/29/whatsapp-image-2026-07-29-21-21-36.jpeg)
4/6
ଯାଜପୁର, ବୈତରଣୀ ନଦୀ ର ଶାଖା ବୁଢାନଦୀର ବନ୍ୟା ଜଳ ରେ ଭାସିଗଲେ ଯୁବକ। ଯାଜପୁର ବ୍ଲକର ସିମିଳିଆ ପଞ୍ଚାୟତ ର ମନୋଜ ଜେନା (୩୫) ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଥିବା ଜଳସ୍ରୋତ ରେ ନିଖୋଜ ହୋଇଯାଇଛନ୍ତି। ଓଡ୍ରାଫ୍ ଟିମ୍ ଖୋଜୁଛନ୍ତି।
/sambad/media/media_files/2026/07/29/whatsapp-image-2026-07-29-21-22-32.jpeg)
5/6
ଯାଜପୁର ଜିଲ୍ଲା କାଟିଆ-ବୈଶାପାନ ମୁଖ୍ୟରାସ୍ତା ଅହିୟାସ ବଜାର ଯୋଗାଯୋଗ ବିଛିନ୍ନ ହୋଇଛି। ବଜାରର ପ୍ରାୟ ୨୦୦ରୁ ଅଧିକ ଦୋକାନ ମଧ୍ୟରେ ବନ୍ୟା ଜଳ ପଶିଯିବାରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଅବଶିଷ୍ଟ ସାମଗ୍ରୀକୁ ବ୍ୟବସାୟୀମାନେ ଉଦ୍ଧାର କରୁଥିବା ଦେଖାଯାଇଛି। ଅହିୟାସ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ବନ୍ୟାଜଳ ପଶିଯାଇଛି। ବଜାର ମଧ୍ୟରେ ପ୍ରାୟ ୪ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରଭାବିତ ହେଉଛି। କସପା, ତରପଦା, ମଲିକାପୁର ଆଦି ପଞ୍ଚାୟତ ବର୍ତମାନ ଜଳମଗ୍ନ ହୋଇଯାଇଛି। ଗାଁ ଦାଣ୍ଡରେ ବର୍ତମାନ ୪/୫ ଫୁଟର ବନ୍ୟାଜଳ ଶୁଶୁ ହୋଇ ମାଡିଚାଲିଛି।
/sambad/media/media_files/2026/07/29/whatsapp-image-2026-07-29-21-25-04.jpeg)
6/6

4 hours ago
2


