Flood In Bhadrak: ସାଳନ୍ଦୀ ବନ୍ୟାରେ ଉବୁଡୁବୁ ଭଦ୍ରକ ସହର

54 minutes ago 2
ARTICLE AD BOX

ଭଦ୍ରକ (ହରିହର ନାୟକ): ହଦଗଡ଼ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲି ଦିଆଯିବା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀର ବନ୍ୟାରେ ଭଦ୍ରକ ସହର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଉଛି। ସାଳନ୍ଦୀ ନଦୀ ଭଦ୍ରକ ସହର ମଧ୍ୟ ଦେଇ ଯାଇଥିବା ବେଳେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ବନ୍ୟା ଜଳ ସହର ଭିତରେ ଲୋକଙ୍କ ଘରେ ପଶିଛି। 

ଗତ ତିନି ଦିନ ହେଲା ଲୋକେ ସାଳନ୍ଦୀ ବନ୍ୟା ଜଳରେ ଛଟପଟ ହେଉଛନ୍ତି। ଭଦ୍ରକ ସହରର ୧୧ଟି ୱାର୍ଡରେ ବନ୍ୟାଜଳ ପ୍ରବେଶ କରୁଥିବା ବେକେ ଅନେକ କଲୋନିର ରାସ୍ତା ଘାଟରେ ପାଣି ଲହଡ଼ି ଭାଙ୍ଗୁଛି। ବୈତରଣୀ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେକେ ଦଳାଂଡି ନଦୀର ଜଳ ସ୍ଥର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ସହରର ଚରମ୍ପା ଅଞ୍ଚଳର ୫ଟି ୱାର୍ଡ ଜଳମୟ ହୋଇଥିବା ବେକେ ଭଦ୍ରକ ବ୍ଲକର ୧୪ଟି ପଞ୍ଚାୟତ ଜଳମୟ ହୋଉଛି। 

ଭଦ୍ରକ ବ୍ଲକର କାଉପୁର୍, ଦୈସିଂ, ରାନ୍ଦିଆ, ବାଉଦପୁର, ଅଣ୍ଡେଇ ପଲ୍ଲୀ, କଲେଇ, ବ୍ରହ୍ମପୁର, ବିଷ୍ଣୁପୁର ବିନ୍ଧା, ଏରେଇ, ଗୁଜିଦରଡ଼ା, ଖଣ୍ଡତଡ଼ା, ହରିପୁର, ଆର୍ଣପାଳ ଆଦି ପଞ୍ଚାୟତର ବନ୍ୟାଜଳ ପ୍ରବେଶ କରୁଛି। ଲଗାଣ ବର୍ଷା ସାଙ୍ଗକୁ ସାଳନ୍ଦୀ ବନ୍ୟା ଜଳ ଭଦ୍ରକ ବ୍ଲକ ଓ ସହର ବାସୀଙ୍କୁ ବନ୍ୟାରେ ବେହେଲା କରିଛି। ବିଭିନ୍ନ ସ୍ଥାନରେ ସ୍କୁଲ ଘରେ ତକିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରି ରଖାଯାଇଥିବା ବେଳେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

Assam flood: ଆସାମ ବନ୍ୟା ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର

ସାଳନ୍ଦୀ ଓ ବୈତରଣୀ ବନ୍ୟାଜଳରେ ଚାନ୍ଦବାଲି ବ୍ଲକର ୧୨ ପଞ୍ଚାୟତ ବୁଡିଯାଇଛି। ଏହି ବ୍ଲକର ଆରଡି, ନନ୍ଦପୁର , ଓଲଗ, ସୁନ୍ଦରପୁର  ୪ ପଞ୍ଚାୟତ ବୈତରଣୀ ଓ ସାଳନ୍ଦୀ କୂଳରେ ରହୁଥିବା ବେଳେ ଏହି ପଞ୍ଚାୟତରେ ଉଭୟ ନଦୀର ବନ୍ୟା ଜଳ ପ୍ରବେଶ କରି ଲୋକଙ୍କର ଚାଷଜମି, ଘର ଦ୍ବାର ସବୁ ବୁଡିଯାଇଛି। ଲୋକଙ୍କ ଘରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ଅନେକ ଲୋକଙ୍କୁ  ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘର ଭଳି ନିରାପଦ ସ୍ଥାନକୁ ଅଣାଯାଇଛି। ଏମାନଙ୍କୁ ରିଲିଫ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଅନେକ ସ୍ଥାନରେ ବିପନ୍ନଙ୍କ ପାଖରେ ମଧ୍ୟ ପ୍ରଶାସନ ପହଞ୍ଚି ପାରି ନାହିଁ। ସେହିପରି ଏହି ବ୍ଲକର ସାଳନ୍ଦୀ କୂଳବର୍ତ୍ତୀ ଭୁଇଁବୃତ୍ତି  ତେନ୍ତୁଳିଡିହ, ଖେରଙ୍ଗ, ମଧୁପୁର, ବାଲିଗାଁ, ନାଲଗୁଣ୍ଡା, ଘଟପୁର, ମତ୍ତୋ ଆଦି ପଞ୍ଚାୟତ ଗୁଡିକରେ ବନ୍ୟା ଜଳ ପ୍ରବେଶ କରି ଲୋକଙ୍କର ଚାଷ ଜମି ନଷ୍ଟ କରି ଦେଇଥିବା ବେଳେ ରାସ୍ତା ଘାଟ ଜଳମୟ ହୋଇଛି। ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରୁଛି। ବ୍ଲକ ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳରେ ଲୋକଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ ଆରାଜିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.