Flavio Bolsonaro: ନିର୍ବାଚନ ହାରିବା ପରେ ବ୍ରାଜିଲ୍‌ରୁ ଆମେରିକା ଖସିଗଲେ ଫ୍ଲାଭିଓ ବୋଲସୋନାରୋ

57 minutes ago 4
ARTICLE AD BOX

ବ୍ରାସିଲିଆ: ବ୍ରାଜିଲ୍‌ର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ଫ୍ଲାଭିଓ ବୋଲସୋନାରୋ ନିଜ ପରିବାର ସହ ଆମେରିକାର ମିଆମିରେ ପହଞ୍ଚିଛନ୍ତି। ଦେଶ ଛାଡ଼ିବା ଉପରେ କଟକଣା ଏବଂ ପାସପୋର୍ଟ ଜମା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେ ଆର୍ଜେଣ୍ଟିନା ଓ ଇକ୍ବେଡର ଦେଇ ଆମେରିକାରେ ପହଞ୍ଚିଛନ୍ତି। ଏଥିପାଇଁ ସେ ଇଟାଲୀୟ ପାସପୋର୍ଟ ଓ ଘରୋଇ ବିମାନ ବ୍ୟବହାର କରିଥିବା ଜଣାପଡ଼ିଛି।

ଫ୍ଲାଭିଓ ହେଉଛନ୍ତି ବ୍ରାଜିଲ୍‌ର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ପୁଅ। ୪୫ ବର୍ଷୀୟ ଫ୍ଲାଭିଓ ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ନେତା ତଥା ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍‌ଭାଙ୍କଠାରୁ ହାରିଥିଲେ। ରବିବାର ନିର୍ବାଚନ ଫଳାଫଳ ପରେ ସେ ପରାଜୟ ସ୍ୱୀକାର ନ କରି ନିର୍ବାଚନ ରଦ୍ଦ କରିବାକୁ ଦାବି କରିଥିଲେ। ପ୍ରମାଣ ନ ଦେଇ ନିର୍ବାଚନରେ ଜାଲିଆତି ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ। ସୋମବାର ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଜାରି କରି ଦେଶ ଛାଡ଼ିବାକୁ ସୁପ୍ରିମ୍‌କୋର୍ଟ ରୋକିଥିବା କହିଥିଲେ। ତେବେ ପାସପୋର୍ଟ ଜମା କରି ଆଇନଗତ ଲଢ଼େଇ ଲଢ଼ିବେ ବୋଲି ମଧ୍ୟ କହିଥିଲେ। ଏହା ସତ୍ତ୍ୱେ ସେ ନିର୍ଦ୍ଦେଶ ପାଳନ କରିନଥିଲେ।

Brazil election: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ​​ଲୁଲା ଡା ସିଲଭା; ଚତୁର୍ଥ ଥର ଗ୍ରହଣ କରିବେ କ୍ଷମତା

ମଙ୍ଗଳବାର ତାଙ୍କ ଗାଡ଼ିମାଳା ବ୍ରାସିଲିଆସ୍ଥିତ ବାସଭବନରୁ ବାହାରିବା ପରେ ସେ ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ବ୍ରାଜିଲ୍‌ର ଫେଡେରାଲ୍ ପୁଲିସ ତାଙ୍କ ବ୍ରାଜିଲୀୟ ଓ କୂଟନୈତିକ ପାସପୋର୍ଟ ରଦ୍ଦ କରିଥିଲା। କିନ୍ତୁ ତାଙ୍କ ପାଖରେ ଇଟାଲୀୟ ପାସପୋର୍ଟ ମଧ୍ୟ ଥିଲା। ବୁଧବାର ସେ ଏହା ବ୍ୟବହାର କରି ଆର୍ଜେଣ୍ଟିନାରେ ପ୍ରବେଶ କରିଥିଲେ।

ସେଠାରୁ ପତ୍ନୀ ଓ ଦୁଇ ଝିଅଙ୍କ ସହ ଏକ ଘରୋଇ ବିମାନରେ ଇକ୍ବେଡରର ଗୁଆୟାକିଲ୍‌ରେ ଅଟକିବା ପରେ ମିଆମି ଯାଇଥିଲେ। ଫ୍ଲୋରିଡାର ଓପା-ଲକା ବିମାନବନ୍ଦରରେ ବିମାନଟି ଅବତରଣ କରିଥିଲା। ଫ୍ଲାଭିଓଙ୍କ ବିରୋଧରେ ଅର୍ଥ ହେରଫେର ସମେତ ଅନ୍ୟ ମାମଲାରେ ତଦନ୍ତ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲାଭିଓଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.