ARTICLE AD BOX
ଦେଖିବାକୁ ଠିକ୍ ଜଳୁଥିବା ନିଆଁର ଶିଖା ଭଳି। ଲାଲ୍, ହଳଦିଆ ଓ କମଳା ରଙ୍ଗର ପାଖୁଡ଼ା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦିଏ। କିନ୍ତୁ ଏହି ସୁନ୍ଦର ଫୁଲ ଭିତରେ ଲୁଚି ରହିଛି ମାରାତ୍ମକ ବିଷ। ଏହାର ନାମ ‘ଫାୟାର୍ ଲିଲି’ ବା ‘ଫ୍ଲେମ୍ ଲିଲି’। ଫାୟାର୍ ଲିଲିର ବୈଜ୍ଞାନିକ ନାମ ‘ଗ୍ଲୋରିଓସା ସୁପର୍ବା’। ଏହା ଏକ ଲତାଜାତୀୟ ଗଛ। ଏହାର ଫୁଲର ପାଖୁଡ଼ାଗୁଡ଼ିକ ପଛକୁ ବଙ୍କା ହୋଇ ରହିଥାଏ। ଫୁଲର ରଙ୍ଗ ହଳଦିଆରୁ କମଳା ଓ ଗାଢ଼ ଲାଲ୍ ରଙ୍ଗକୁ ବଦଳିଥାଏ। ଏହି କାରଣରୁ ଏହାକୁ ଅଗ୍ନିଶିଖା ଫୁଲ କୁହାଯାଏ। ଏହାର ପତ୍ରର ଅଗ୍ରଭାଗରେ ଥିବା ସୂତା ଭଳି ଗଠନ ଅନ୍ୟ ଗଛକୁ ଧରି ଉପରକୁ ଚଢ଼ିବାରେ ସାହାଯ୍ୟ କରେ। ଏହି ଗଛର ଆଉ ଏକ ବିଶେଷତ୍ୱ ହେଉଛି ମାଟି ତଳେ ଥିବା ‘ଭି’ ଆକୃତିର କନ୍ଦ। ଏହି କନ୍ଦରୁ ନୂଆ ଗଛ ଜନ୍ମନିଏ। ଫୁଲ ଓ ଫଳ ହେବା ପରେ ଗଛର ଉପର ଅଂଶ ଶୁଖିଯାଏ ଏବଂ କନ୍ଦ ମାଟି ତଳେ ରହି ପରବର୍ତ୍ତୀ ଋତୁରେ ପୁଣି ଗଛ ସୃଷ୍ଟି କରେ।
Drug smuggling: ୬୯.୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୬୫୭.୦୮୯ ଗ୍ରାମ ବ୍ରାଉନସୁଗାର ଜବତ
ଏହି ଫୁଲର କନ୍ଦ, ପତ୍ର ଓ ମଞ୍ଜିରେ କୋଲଚିସିନ୍ ଭଳି ବିଷାକ୍ତ ରାସାୟନିକ ଉପାଦାନ ରହିଛି। ଏହାକୁ ଖାଇଦେଲେ ବାନ୍ତି, ପେଟ ଯନ୍ତ୍ରଣା ଓ ଶରୀରର ବିଭିନ୍ନ ଅଙ୍ଗ ନଷ୍ଟ ହେବାର ଆଶଙ୍କା ରହିଛି। ତେବେ ଏହି ଗଛରୁ ମିଳୁଥିବା କୋଲଚିସିନ୍ ନିୟନ୍ତ୍ରିତ ଔଷଧ ପ୍ରସ୍ତୁତିରେ ଗାଉଟ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ଫାୟାର୍ ଲିଲି ଆଫ୍ରିକା ଓ ଏସିଆର ଉଷ୍ଣ ଅଞ୍ଚଳ ସହ ଭାରତର ବିଭିନ୍ନ ରାଜ୍ୟରେ ଦେଖାଯାଏ। ଓଡ଼ିଶାରେ ମଧ୍ୟ ଏହାର ଉପସ୍ଥିତି ରହିଛି। ସାଧାରଣତଃ ଜଙ୍ଗଲ, ଝାଡ଼ଜଙ୍ଗଲ ଓ ଘାସପଡ଼ିଆରେ ଏହା ବଢ଼ିଥାଏ। ଜୁଲାଇରୁ ନଭେମ୍ବର ମଧ୍ୟରେ ଏହାର ଫୁଲ ଦେଖିବାକୁ ମିଳେ।
Football match: ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ; ରାଜନେତା ଏକାଦଶ ଡିସିଏଲ୍ ଚମ୍ପିୟାନ

1 hour ago
1


