ARTICLE AD BOX
ଭୁବନେଶ୍ବର: ଡାଟା ସେଣ୍ଟର ପ୍ରକଳ୍ପ ହାସଲ କରିବାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ରାଜ୍ୟରେ ଡାଟା ସେଣ୍ଟର କରିବାକୁ ଆଗ୍ରହ ଦେଖାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ଟି ନୂଆ ପ୍ରକଳ୍ପ ହାସଲ କରିବାରେ ଓଡ଼ିଶା ସଫଳ ହୋଇଛି। ସେଥିରୁ ୨ଟି ସରକାରୀ ସଂସ୍ଥା ଓ ଅନ୍ୟ ତିନିଟିକୁ ବେସରକାରୀ ସଂସ୍ଥା ସ୍ଥାପନ କରିବେ। ଖୋର୍ଦ୍ଧାର ଇନ୍ଫୋ ଭ୍ୟାଲିରେ ନିଜର ଡାଟା ସେଣ୍ଟର ବସାଇବାକୁ ଅଧିକ ସଂସ୍ଥା ଆଗ୍ରହ ଦେଖାଇଛନ୍ତି।
Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ
ପୂର୍ବରୁ ରାଜ୍ୟରେ ଓଡ଼ିଶା ସରକାରଙ୍କ ଗୋଟିଏ ନିଜସ୍ବ ଡାଟା ସେଣ୍ଟର ଥିଲା। ଏଥି ସହିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ଏକ ଡାଟା ସେଣ୍ଟର ମଧ୍ୟ ରହିଥିଲା। ୨୦୨୩ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଇନ୍ଫୋ ଭ୍ୟାଲିରେ ଏହାର ନୂଆ ଡାଟା ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶତ୍ରୁ ରାଷ୍ଟ୍ରମାନଙ୍କଠାରୁ ଯଥେଷ୍ଟ ଦୂରରେ ଓଡ଼ିଶା ଥିବାରୁ ଏହା ଡାଟା ସେଣ୍ଟର ପାଇଁ ଭୁବନେଶ୍ବରକୁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରିଥିଲା। ବେସରକାରୀ ସଂସ୍ଥା ଆଦାନୀ ଗ୍ରୁପ୍, ଜୋହୋ କର୍ପୋରେସନ ଓ ନିକଟରେ ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓଡ଼ିଶାରେ ଡାଟା ସେଣ୍ଟର କରିବାକୁ ଘୋଷଣା କରିଛନ୍ତି। ପ୍ରାୟ ୧୪,୨୫୭ କୋଟି ଟଙ୍କା ବ୍ୟୟରେ ଏକ ଏଆଇ ଡାଟା ସେଣ୍ଟର ନିର୍ମାଣ କରିବାକୁ ନିକଟରେ ଓଡ଼ିଶା ସରକାର, ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓ ସର୍ଭମ୍ ଏଆଇ ମଧ୍ୟରେ ବୁଝାମଣା ହୋଇଥିଲା। ଏହା ରାଜ୍ୟର ଡାଟା ସେଣ୍ଟର କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧାର ସର୍ବବୃହତ୍ ନିବେଶ।
Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ
ରାଜ୍ୟ ସରକାର ନିଜସ୍ବ ଦ୍ବିତୀୟ ଡାଟା ସେଣ୍ଟର୍ ନିର୍ମାଣରେ ୨୬୬.୮ କୋଟି ଟଙ୍କା ନିବେଶ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୬୯ କୋଟି ଟଙ୍କା ନିବେଶରେ ଏହାର ଡାଟା ସେଣ୍ଟର ନିର୍ମାଣ କରୁଛି। ଆଦାନୀ ଗ୍ରୁପ୍ ମଧ୍ୟ ଡାଟା ସେଣ୍ଟର ସ୍ଥାପନ କରିବାରେ ୮୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି। ଆଇଟି କମ୍ପାନି ଜୋହୋ ମଧ୍ୟ ୩୦୬ କୋଟି ଟଙ୍କା ନିବେଶରେ ଓଡ଼ିଶାରେ ଡାଟା ସେଣ୍ଟର କରିବାକୁ ଯୋଜନା ରଖିଛି। ୨୦୨୪ରେ ସରକାରୀ ସଂସ୍ଥା ଆଇଟିଆଇ ଲିମିଟେଡ୍ ମଧ୍ୟ ଓଡ଼ିଶାରେ ଏକ କୋ-ଲୋକେସନ୍ ଡାଟା ସେଣ୍ଟର୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା।

1 hour ago
2


