Fitness: ମାଂସ ନାହିଁ, ମାଛ ନାହିଁ: କ’ଣ ରହିଛି ୯୦ ବର୍ଷୀୟ ଜାପାନୀ ବଡିବିଲ୍ଡରଙ୍କ ଡାଏଟ୍‌ର ରହସ୍ୟ

1 hour ago 1
ARTICLE AD BOX

ବୟସ କେବଳ ଏକ ସଂଖ୍ୟା ମାତ୍ର। ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଜାପାନର ୯୦ ବର୍ଷ ବୟସ୍କ ତୋଶିସୁକେ କାନାଜାବା। ନିକଟରେ ନିଜର ୯୦ତମ ଜନ୍ମଦିନର ମାତ୍ର ଗୋଟିଏ ଦିନ ପରେ, ସେ 'ଅଲ୍ ଜାପାନ ମାଷ୍ଟର୍ସ ଫିଟନେସ୍ ଚାମ୍ପିଅନସିପ୍' ର ୮୫ ବର୍ଷରୁ ଅଧିକ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହା ଥିଲା ତାଙ୍କର ୧୯ତମ ଜାତୀୟ ଟାଇଟଲ୍। ତେବେ ତାଙ୍କର ଏହି ଚମତ୍କାର ଫିଟନେସ୍ ଏବଂ ସରଳ ଖାଦ୍ୟପେୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢ଼ନ୍ତୁ: ସବୁଠୁ ଧନୀ ଥିଲେ ! ଏବର୍ଷ ଜୁହିଙ୍କୁ ମିଳିଲାନି ସ୍ଥାନ

ସରଳ ଏବଂ ନିରାମୟ ଖାଦ୍ୟର ରହସ୍ୟ

ବଡିବିଲ୍ଡର କହିଲେ ସାଧାରଣତଃ ଅଧିକ ପରିମାଣରେ ମାଂସ, ଅଣ୍ଡା କିମ୍ବା ମାଛ ଖାଉଥିବା ବ୍ୟକ୍ତିଙ୍କୁ ବୁଝାଏ। କିନ୍ତୁ କାନାଜାବା ଗତ ୫୦ ବର୍ଷ ବୟସରୁ ବଡିବିଲ୍ଡିଂକୁ ଫେରିବା ପରଠାରୁ କୌଣସି ପ୍ରକାରର ମାଂସ କିମ୍ବା ମାଛ ଖାଇନାହାନ୍ତି। ତାଙ୍କର ପ୍ରତିଦିନର ଖାଦ୍ୟ ତାଲିକା ଅତ୍ୟନ୍ତ ସରଳ:

ପ୍ରାତଃଭୋଜନରେ  ବ୍ରାଉନ୍ ରାଇସ୍ , ନାଟୋ, ମିସୋ ସୁପ୍ ଖାଉଥିବାବେଳେ, ଦ୍ୱିପହର ଓ ରାତିର ଖାଦ୍ୟ ବ୍ରାଉନ୍ ରାଇସ୍ ସହିତ ଜାପାନିଜ୍ ମସଲା 'ଫୁରିକାକେ' ଖାଇଥାଆନ୍ତି। ଏହାସହ ସେ ଦିନକୁ ତିନିଥର ପ୍ରୋଟିନ୍ ଡ୍ରିଙ୍କ୍ ମଧ୍ୟ ଗ୍ରହଣ କରନ୍ତି।

କାହିଁକି ସେ ଏହି ବୟସରେ ମଧ୍ୟ ଫିଟନେସ୍ ଜାରି ରଖିଛନ୍ତି?

କାନାଜାବାଙ୍କ ଏହି ଯାତ୍ରା ପଛରେ ଏକ ଭାବନାତ୍ମକ କାହାଣୀ ରହିଛି। ଯେତେବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ, ସେତେବେଳେ ପତ୍ନୀଙ୍କୁ ଖୁସି ଦେବା ପାଇଁ ସେ ୫୦ ବର୍ଷ ବୟସରେ ପୁଣିଥରେ ବଡିବିଲ୍ଡିଂ ଜଗତକୁ ଫେରିଥିଲେ। ଯଦିଓ ଆଜି ତାଙ୍କ ପତ୍ନୀ ଏ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କର ସ୍ମୃତିକୁ ପାଳନ କରି କାନାଜାବା ଏହାକୁ ଜାରି ରଖିଛନ୍ତି। ତାଙ୍କର ଆଗାମୀ ଲକ୍ଷ୍ୟ ହେଉଛି ବିଶ୍ୱ ଚାମ୍ପିଅନସିପ୍‌ରେ ଭାଗ ନେବା ଏବଂ ବାର୍ଦ୍ଧକ୍ୟକୁ ପରାସ୍ତ କରି ୧୩୦ ବର୍ଷ ବଞ୍ଚିବା। ସେ ମଧ୍ୟ ହଲିଉଡ୍ ଅଭିନେତା ତଥା ତାଙ୍କର ଆଦର୍ଶ ଆର୍ନୋଲ୍ଡ ଶ୍ୱାର୍ଜେନେଗରଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କାନାଜାବା ପ୍ରମାଣ କରି ଦେଖାଇଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଏବଂ ସଠିକ୍ ଜୀବନଶୈଲୀ ଆଗରେ ବୟସ କେବେବି ବାଧକ ସାଜିପାରେ ନାହିଁ।

ଆହୁରି ପଢ଼ନ୍ତୁ: ପୁଡୁଚେରୀ ଏ’ ଟେଷ୍ଟ୍‌ ଜିତିଲା ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.