ARTICLE AD BOX
ଛତ୍ରପୁର: ଗଭୀର ଅବପାତଜନିତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ୨୭ରୁ ଊର୍ଦ୍ଧ୍ୱ ମାଛଧରା ଟ୍ରଲର ଫସିଥିବା ଜଣାପଡ଼ିଛି।
ସମୁଦ୍ରଅଶାନ୍ତ ଥିବାରୁ ଟ୍ରଲରଗୁଡ଼ିକ ନିଜ ଅଞ୍ଚଳକୁ ଫେରି ନପାରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟି ଓ ଗୋପାଳପୁର ବନ୍ଦର ପରିସରରେ ଆଶ୍ରୟ ନେଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଖବର ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି।
ଏବେ ବି ସମୁଦ୍ରରେ ରହିଛି କିଛି ଟ୍ରଲର
ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସହ ଆବଶ୍ୟକ ସହାୟତା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ତେବେ ଏବେ ବି କିଛି ଟ୍ରଲର ସମୁଦ୍ର ମଧ୍ୟରେ ରହିଥିବା ମତ୍ସ୍ୟ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
PM Surya Ghar Scheme: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଚାର ପାଇଁ ‘ସୌର ରଥ’ର ଶୁଭାରମ୍ଭ

6 days ago
4

