ARTICLE AD BOX
ନୂଆଦିଲ୍ଲୀ: ବହୁଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ନୂଆ ପଦକ୍ଷେପ ନିଆଯିବା ସମ୍ଭାବନା ଦେଖାଦେଇଛି। ଆସନ୍ତା ଅକ୍ଟୋବର ୧ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ। ଏହି ବୈଠକରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଆଲୋଚନାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲରେ ଆଜି ମାମଲାର ଶୁଣାଣି ପରେ ସେ ଏହି ସୂଚନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ ତାରିଖରେ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍ ପାଣି
ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନାକୁ ଆହୁରି ଆଗକୁ ନେଇ ଯଥାଶୀଘ୍ର ଏହାକୁ ସମାଧାନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆପୋସ ଆଲୋଚନା ମାଧ୍ୟମରେ ଉଭୟ ରାଜ୍ୟ ପାଇଁ ଗ୍ରହଣଯୋଗ୍ୟ ଏକ ସମାଧାନ ସୂତ୍ର ଶୀଘ୍ର ବାହାରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳର ସୁଷମ ବଣ୍ଟନ କିପରି ହୋଇପାରିବ ସେଥିପାଇଁ ଅନୁଷ୍ଠିତ ହୋଇଥିବା ବୈଠକର ବିସ୍ତୃତ ତଥ୍ୟ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି। ଟ୍ରିବ୍ୟୁନାଲ ମଧ୍ୟ ଏହି ତଥ୍ୟକୁ ରେକର୍ଡରେ ଗ୍ରହଣ କରିଛନ୍ତି। ପାରସ୍ପରିକ ବୁଝାମଣା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଏକ ପଥ ଉନ୍ମୁକ୍ତ ହେଉଛି ବୋଲି ସେ କହିଛନ୍ତି।
Himachal's famous truck driver: ହିମାଚଳର ଚର୍ଚ୍ଚିତ ଟ୍ରକ୍ ଡ୍ରାଇଭର୍

39 minutes ago
1


