ARTICLE AD BOX
ଛତ୍ରପୁର (ବସନ୍ତ କୁମାର ମହାରଣା): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆରଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି (ରବିବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ନୋଳିଆ ନୂଆଗାଁର ଏ. ସୋମାୟା।
Accident: ୨୨ ଚକିଆ ଟ୍ରକ୍ ଦୁର୍ଘଟଣା: ଫସିଥିବା ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କଲା ପୁଲିସ
ସୂଚନା ଅନୁଯାୟୀ, ସୋମାୟା ଆର୍ଯ୍ୟପଲ୍ଲୀ ଅଞ୍ଚଳକୁ ଡଙ୍ଗା ଦେଖିବାକୁ ଆସିଥିଲେ। ସେଠାରୁ ସ୍କୁଟି ଯୋଗେ ନିଜ ଗାଁକୁ ଫେରୁଥିବା ସମୟରେ ଡିଆରଡିଏ ଛକ ନିକଟରେ ଏକ ଟ୍ରକ୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ପଡ଼ିଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଏସ୍ପି ହରିଶ ବିଶି, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼େଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
କଳିଙ୍ଗାଘାଟିରେ ପାଇପ୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଯାତାୟତ ପ୍ରଭାବିତ
କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିବା ବେଳେ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଛି।
Accident: ଛତ୍ରପୁରରେ ସଡ଼କ ଦୁର୍ଘଟଣା: ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ
ଅନ୍ୟପକ୍ଷରେ, ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

6 hours ago
1


