First Relief Package for Cyclone Arnab ବାତ୍ୟା ଅର୍ଣ୍ଣବ ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଘୋଷଣା ହେଲା ପ୍ରଥମ ପର୍ଯ୍ୟାୟ ସହାୟତା ପ୍ୟାକେଜ୍‌

1 hour ago 2
ARTICLE AD BOX

ଭୁବନେଶ୍ବର: ଆଜି(ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାତ୍ୟା ଅର୍ଣ୍ଣବ ପ୍ରଭାବରୁ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨୫୦୦ ଟଙ୍କା ମିଳିବ। ତେବେ କ୍ଷୟକ୍ଷତିର ଆକଳନ ହୋଇନଥିବାରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ସହାୟତା ପ୍ୟାକେଜ୍‌ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

75.60 crore package: ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍‌: ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୬୫୦ କୋଟି ଭେଟି
ଘୋଷଣା ଅନୁସାରେ, ବନ୍ୟାରେ ଅଣଜଳସେଚିତ ଜମି କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୮୫୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ମିଳିବ। ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ। 

Packages: ହଜାରେ କୋଟିର ପ୍ୟାକେଜ୍‌: ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶସୂତ୍ରୀ ସହାୟତା
ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା, ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା, ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍‌ କ୍ଷତିଗ୍ରସ୍ତ ହୋଇଥିଲେ କ୍ଷତିଗ୍ରସ୍ତଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଦୋକାନ ଆଦି ସ୍ଥାୟୀ ବାଣିଜ୍ୟିକ ପ୍ରତିଷ୍ଠାନକୁ ମିଳିବ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.