Accident: ବାଇକ୍‌ ଦୁର୍ଘଟଣାରେ କଲେଜ୍‌ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

1 hour ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ଥାନା ଅଶୋକଝର ରାସ୍ତାର କବାଟ-ରେଙ୍ଗାଲି ବାମ କେନାଲ ମଧ୍ୟବର୍ତ୍ତୀ ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ‌ଦେହ ଓ ଦୁର୍ଘଟଣାଗ୍ରସ୍ତ ରାଇଡର ବାଇକ୍(ଓଡି-୦୬ପି-୨୩୮୬) ପାର୍ଶ୍ବସ୍ଥ ପେଟି କେନାଲ ଓ ବିଲହୁଡ଼ାରୁ ଉଦ୍ଧାର କରାଯାଇଛି। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବାଦଲ ମହାନ୍ତ, ବିପୁଲ ରଞ୍ଜନ ଦାସ ଓ ସଞ୍ଜିତ ମହାରଣା ତାଙ୍କୁ ଉଦ୍ଧାରକରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

Accident: ଶୌଚ ହେବା ପାଇଁ ଯାଉଥିଲେ; ବାଇକ୍ ଧକ୍କାରେ ଯୁବକ ମୃତ

ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପବିତ୍ର କୁମାର ବେହେରା ସଦଳବଳ ପହଞ୍ଚି ମୃତଦେହ ଜବତ ପରେ ପଞ୍ଚନାମା କରାଇ ବ୍ୟବଛେଦ ପାଇଁ ପଠାଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ନମ୍ବର ୨୪୨/୨୬ ରୁଜୁ କରାଯାଇଛି। ମୃତକ ଜଣକ ସ୍ଥାନୀୟ ଝୁମ୍ପାଣ ପାଖ ରଙ୍ଗାହୁଡ଼ି ଗାଁର ମଙ୍ଗଳ ମହାନ୍ତଙ୍କ ପୁଅ ବିଶ୍ବଜିତ(୨୦)। ସେ ଯୁକ୍ତ ୩ ତୃତୀୟ ବର୍ଷ ଛାତ୍ର ଥିଲେ।

ଗତକାଲି ସୁକିନ୍ଦା ଥାନା ଅ‌ଶୋକଝର ପାଖ ଦୁଲାବାହଳିସ୍ଥିତ ମାଉସୀ ଘର ଯାଇଥିଲେ। ଫେରିବା ବାଟରେ ବିଳମ୍ବିତ ରାତି ନିଛାଟିଆ ସ୍ଥାନ ରାସ୍ତାକଡ଼ ଗଛରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂର୍ବରୁ ମୃତକଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ହୋଟେଲରେ କର୍ମଚାରୀ ଭାବେ କାମ କରୁଥିବା ଗରିବ ବାପା ପୁଅ ଅଳିକୁ ଏଡ଼ାଇ ନପାରି କିଛିମାସ ପୂର୍ବରୁ ପୁଅ ପାଇଁ ଏହି ବାଇକ୍‌ କିଣି ଦେଇଥିଲେ। 

Road Accident: ଭୟଙ୍କର ଦୁର୍ଘଟଣାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.