First Cyclospora Death: ସାଇକ୍ଲୋସ୍ପୋରାରେ ପ୍ରଥମ ଥର ପାଇଁ ମିଶିଗନରେ ଦୁଇଜଣଙ୍କ ମୃତ୍ୟୁ: ଦୂଷିତ ଖାଦ୍ୟ ମାଧ୍ୟମରେ ସଂକ୍ରମଣ ବ୍ୟାପିଥିବା ଆଶଙ୍କା...

45 minutes ago 1
ARTICLE AD BOX

ୱାସିଂଟନ: ଆମେରିକାର ମିଶିଗନ ରାଜ୍ୟରେ ସାଇକ୍ଲୋସ୍ପୋରା ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଏହି ସୂକ୍ଷ୍ମ ପରଜୀବୀର ପ୍ରାଦୁର୍ଭାବରୁ ଆମେରିକାରେ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି। ମିଶିଗନ ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ କହିଛି ଯେ, ଉଭୟ ମୃତକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ସେମାନଙ୍କର ଅନ୍ତଃନଳୀ ରୋଗ ଥାଇପାରେ ଅବା ସେମାନଙ୍କ ଶରୀରରେ କମ୍ ଜଳୀୟଅଂଶ ଥିବାର ଆଶଙ୍କା କରାଯାଉଛି। ବିଭାଗ ମୃତ୍ୟୁ ବିଷୟରେ ଅଧିକ ସୂଚନା ପ୍ରଦାନ କରିନାହିଁ। ଏହି ପରଜୀବୀ ମଣିଷ ମଳ ସଂସ୍ପର୍ଶରେ ଆସୁଥିବା ଖାଦ୍ୟକୁ ସଂକ୍ରମିତ କରେ। ପ୍ରାୟତଃ ଯେତେବେଳେ ଫସଲକୁ ପାଣି ଦିଆଯାଏ କିମ୍ବା ଦୂଷିତ ପାଣିରେ ଧୁଆ ଯାଇଥାଏ। ଏଭଳି ଖାଦ୍ୟଶସ୍ୟ ଖାଇବା ଦ୍ୱାରା ଅନ୍ତନଳୀ ରୋଗ ହୋଇପାରେ। ପାଞ୍ଚଟି ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀମାନେ ସାଲାଡରେ ପଡୁଥିବା ମେକ୍ସିକାନ୍ ଲେଟୁସ୍ ପତ୍ର ଯୋଗୁଁ ଏହି ସଂକ୍ରମଣ ହୋଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ- UPPSC Recruitment 2026: ଖାଲିଥିବା କମ୍ପ୍ୟୁଟର ଅପରେଟର ପଦବି ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା

ଦୂଷିତ ଖାଦ୍ୟ ମାଧ୍ୟମରେ ସଂକ୍ରମଣ 

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର(ସିଡିସି) ନିଶ୍ଚିତ କରିଛି ଯେ, ଆମେ ସାଇକ୍ଲୋସ୍ପୋରା ସମ୍ବନ୍ଧୀୟ ଦୁଇଟି ମୃତ୍ୟୁ ବିଷୟରେ ଅବଗତ। ଏହି ପରଜୀବୀ ଚଳିତ ବର୍ଷ ହଜାର ହଜାର ଲୋକଙ୍କୁ ଅସୁସ୍ଥ କରିଛି, ମିଶିଗନରେ ୧୧,୨୩୪ ମାମଲା ରିପୋର୍ଟ ହୋଇଛି। ୧୯୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚଳିତ ଋତୁରେ ସାରା ଦେଶରେ ୧୮,୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ- Teacher Shortage ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀ ତାତିଲେ, ବିଦ୍ୟାଳୟରେ ତାଲା ମାରିଲେ

ସାଇକ୍ଲୋସ୍ପୋରା ଏକ ସୂକ୍ଷ୍ମ ପରଜୀବୀ ଯାହା ସାଇକ୍ଲୋସ୍ପୋରିଆସିସ୍ ସୃଷ୍ଟି କରେ, ଏହା ଏକ ଅନ୍ତଃନଳୀ ରୋଗ ଯାହା ସାଧାରଣତଃ ଦୂଷିତ ଖାଦ୍ୟ ଅବା ପାଣି ମାଧ୍ୟମରେ ବ୍ୟାପିଥାଏ। ସିଡିସି ଅନୁସାରେ, ସଂସ୍ପର୍ଶରେ ଆସିବାର ଦୁଇ ଦିନରୁ ଦୁଇ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଏ। ଏହାର ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ଆକ୍ରାନ୍ତଙ୍କଠାରେ ଦୀର୍ଘକାଳୀନ ପାଣି ଭଳି ଝାଡ଼ା, ପେଟ କାଟି କାଟି‌ ହେବା, ବାନ୍ତି ହେବା, ଥକାପଣ, ଭୋକ ନ ଲାଗିବା, ଓଜନ ହ୍ରାସ ଏବଂ ଶରୀରରେ ଜଳୀୟଅଂଶ କମିଥାଏ। ଚିକିତ୍ସା ନକଲେ ଲକ୍ଷଣଗୁଡ଼ିକ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ। ବିଶେଷଜ୍ଞମାନଙ୍କ ଅନୁସାରେ,ଏହି ରୋଗ ସାଧାରଣତଃ ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପେ ନାହିଁ। ସଂକ୍ରମଣ ସାଧାରଣତଃ ଦୂଷିତ ଖାଦ୍ୟ ଖାଇବା ପରେ ହୋଇଥାଏ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.