Firecracker Factory: ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୮ଜଣଙ୍କର ମୃତ୍ୟୁ ୧୫ ଜଣ ଆହତ

1 hour ago 1
ARTICLE AD BOX
 ୮ଜଣଙ୍କର ମୃତ୍ୟୁ ୧୫ ଜଣ ଆହତ

ଅହମ୍ମଦାବାଦ: ଶନିବାର  ଗୁଜରାଟର ଅହମ୍ମଦାବାଦରେ ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ  ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ମେହମଦପୁରା ଅଞ୍ଚଳରେ ଥିବା ଟ୍ୟାଲେଣ୍ଟ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ପରବର୍ତ୍ତୀ ସମୟରେ, କାରଖାନା ଭିତରେ ଗଚ୍ଛିତ ବିସ୍ଫୋରକ ଯୋଗୁଁ ବିସ୍ଫୋରଣ ଘଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.