ARTICLE AD BOX
ବାଲିପାଟଣା : ଗତକାଲି ରାତିରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପଇଡ଼ ପାଟଣା ଏବଂ ନିଆଳି ଥାନା ସୁଜାନଗର ପାଟଣାର ୨ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ଆନନ୍ଦଉଲ୍ଲାସରେ ହେଉଥିଲା | ବାଜା , ବାଣ, ରଙ୍ଗବେରଙ୍ଗ ଆଲୋକମାଳାରେ ରୋଷଣୀ ଶୋଭାଯାତ୍ରା ଗାଁ ପରିକ୍ରମା କରୁଥିଲେ | ହଠାତ ବାଣ ବିସ୍ଫୋରଣଘଟି ଜନୈକ ବ୍ୟକ୍ତିଙ୍କ ହାତ ଖିନଭିନ ହୋଇଯାଇଛି | ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ହାତରୁ ୩ଟି ଆଙ୍ଗୁଠି ଛିଡି ତଳେ ପଡିଛି | ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା |
ଆହୁରି ପଢନ୍ତୁ :landslide: ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ
ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିଲା | ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଗୁରୁତର ବ୍ୟକ୍ତି ହେଲେ ସୁଜାନଗର ପାଟଣା ଗ୍ରାମର ଅନାଦି ବେହେରା ( ୫୮ ) | ଆନନ୍ଦ ଉଲ୍ଲାସ କିଛି କ୍ଷଣ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଥିଲା | ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ ନିଆଳି ଥାନା ସୁଜାନଗର ପାଟଣା ( ଦୋଳ ମଣ୍ଡପ ସାହି )ଓ ବାଲିପାଟଣା ଥାନା ପଇଡ଼ପାଟଣା ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ହେଉଥିଲା | ରାତି ପ୍ରାୟ ୧0ଟାରେ ସୁଜାନଗର ପାଟଣା ଦୋଳ ମଣ୍ଡପ ସାହିର ଅନାଦି ବାଣ ଫୁଟାଉଥିଲେ | ଅନେକ ବାଣ ଫୁଟା ସରିଥିଲା | ୨ ଗାଁ ମଝି ଗୋହିରା ଭିତରେ ଅନାଦି ଗୋଟିଏ ଗଡ଼ମ୍ବା ( ବମ ) ହାତରେ ଧରିଥିଲେ ଏବଂ ଅନ୍ୟ ଏକ ବମରେ ନିଆଁ ସଂଯୋଗ କରୁଥିଲେ | ନିଆଁ ସଂଯୋଗ ପରେ ଗଡ଼ମ୍ବା ବାଣ ହଠାତ ଫୁଟି ଯାଇଥିଲା |
ଆହୁରି ପଢନ୍ତୁ :waterlogged: ବ୍ୟାଙ୍କ କଲୋନୀ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
ଦୁର୍ଭାଗ୍ୟବଶତଃ ବାମ ହାତରେ ଧରିଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା | ଭୟଙ୍କର ଶବ୍ଦ ଏବଂ ପ୍ରଚୁର ଧୁଆଁରେ ସମଗ୍ର ଅଞ୍ଚଳ ପୋତି ହୋଇ ପଡିଥିଲା | ଅନାଦିଙ୍କ ଚିତ୍କାର ଶୁଣି ଲୋକେ ସେଠାକୁ ଧାଇଁ ଯାଇ ତାଙ୍କୁ ଉଦ୍ଧାର କରି ବାଲିପାଟଣା ହସ୍ପିଟାଲ ଆଣିଥିଲେ | ବାଣ ବିସ୍ଫୋରଣରେ ଅନାଦିଙ୍କ ବାମ ହାତ ପାପୁଲି ଫାଟି ଗଭୀର କ୍ଷତ ସୃଷ୍ଟି ହୋଇଛି | ଦୁର୍ଘଟଣା ପରେ ଭସାଣି ଉତ୍ସବ ବନ୍ଦ କରିଦିଆ ଯାଇଥିଲା | ହସଖୁସିର ମାହୋଲ ହଠାତ ଦୁଃଖ ବିଷାଦରେ ପରିଣତ ହୋଇଥିଲା | ଅଭିଜ୍ଞତା ନ ଥିବା ଏବଂ ଅସାବଧାନତା ଯୋଗୁଁ ବାଣ ବିସ୍ଫୋରଣ ହୋଇଥିବା କୁହାଯାଉଛି |

4 days ago
5


