ARTICLE AD BOX
ନ୍ୟୁଜର୍ସି: ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ର ଉତ୍କଣ୍ଠା ରବିବାର ରାତିରେ ଶେଷ ହୋଇଯିବ। ରାତି ୧୨.୩୦ରେ ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଭେଟିବୟୁରୋପୀୟ ମହାଶକ୍ତି ସ୍ପେନ୍କୁ। ସମଗ୍ର ବିଶ୍ବର ଫୁଟ୍ବଲ୍ ପ୍ରଶଂସକଙ୍କ ନଜର ରହିଛି ନ୍ୟୁଜର୍ସିର ଏହି ପୁରୁଣା ବିଜେତାଙ୍କ ଲଢ଼େଇ ଉପରେ। ଆର୍ଜେଣ୍ଟିନା ଚତୁର୍ଥ ଥର ଏବଂ ସ୍ପେନ୍ ଦ୍ବିତୀୟ ଥର ଜୁଲସ ରିମେଟ୍ ଟ୍ରଫି ଜିତିବା ଆଶାରେ ରହିଛନ୍ତି।
ଆହୁରି ପଢନ୍ତୁ:Puri Jagannath: ଜନ୍ମବେଦିରେ ବିଜେ କଲେ ମହାପ୍ରଭୁ
ଆର୍ଜେଣ୍ଟିନା କିନ୍ତୁ ବିଶ୍ବର ତୃତୀୟ ଦେଶ ଭାବେ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଇଟାଲି (୧୯୩୪ ଓ ୧୯୩୮) ଓ ବ୍ରାଜିଲ୍ (୧୯୫୮ ଓ ୧୯୬୨) କ୍ରମାଗତ ଟ୍ରଫି ଜିିିତିବାର ସୌଭାଗ୍ୟ ପାଇଥିଲେ। ଆର୍ଜେଣ୍ଟିନା ୪ ବର୍ଷ ତଳେ କତରରେ ଟ୍ରଫି ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ଅନ୍ୟପକ୍ଷରେ ସ୍ପେନ୍ ୨୦୧୦ରେ ଥରେ ମାତ୍ର ବିଜେତା ହେବା ପରେ ଏବେ ଦ୍ବିତୀୟ ମୁକୁଟ ସନ୍ଧାନରେ ରହିଛି।

3 hours ago
1


