FIFA: ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ରୁ ଓହରିଲା ଆମେରିକା

10 hours ago 2
ARTICLE AD BOX

ଲସ୍‌ଏଞ୍ଜେଲ୍ସ: କତରରେ ହେବାକୁ ଥିବା ଆଗାମୀ ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ରୁ ଆମେରିକା ଓହରିଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ସୁରକ୍ଷା ଦୃଷ୍ଟିରୁ ଆମେରିକା ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୧୯ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିଲା ବେଳେ ଏହାର ଗୋଟିଏ ସପ୍ତାହ ପୂର୍ବରୁ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ଆମେରିକା ଫୁଟ୍‌ବଲ୍‌ ସଂଘ ଚିଠି ଲେଖି ଏହି ନିଷ୍ପତ୍ତି ବିଷୟରେ ଅବଗତ କରିଛି। ‘‘ବିଶ୍ବକପ୍‌ ଲାଗି ତାଲିମ ଶିବିର ଏବଂ ଅଂଶଗ୍ରହଣ ବାତିଲ କରୁଛୁ। ବିଶ୍ବକପ୍‌ ପାଇଁ ଖେଳାଳି ଓ ପ୍ରଶିକ୍ଷକମାନଙ୍କ ପ୍ରସ୍ତୁତିରେ ଆମେ ଗର୍ବିତ।

ଦୁର୍ଭାଗ୍ୟବଶତଃ, ଆମେ ବିଶ୍ବକପ୍‌ରେ ଅଂଶଗ୍ରହଣ କରିପାରିବା ନାହିଁ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ। କତର ପାଇଁ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ତୃତୀୟ ସ୍ତରର ଯାତ୍ରା ସତର୍କତା ଏବଂ ଦୂତାବାସ କର୍ମଚାରୀଙ୍କ ପାଇଁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସେଠାକୁ ଯାଇ ପାରିବା ନାହିଁ। ତେଣୁ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା ଆମ ପାଇଁ ସମ୍ଭବ ନୁହେଁ’’ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ରେ ୪୮ ଦଳ ଅଂଶଗ୍ରହଣ କରୁଛନ୍ତି। ଆମେରିକା ଓହରିବା ପରେ ଏହି ସଂଖ୍ୟା ୪୭କୁ ଖସିଛି।

WTA Finals 2026: ଡବ୍‌ଲ୍ୟୁଟିଏ ଫାଇନାଲ୍ସ: ସେମିରେ ଆନ୍ଦ୍ରିଭା

Read Entire Article
LEFT SIDEBAR AD

Hidden in mobile, Best for skyscrapers.