ARTICLE AD BOX
ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପ୍ରେ ପ୍ରିକ୍ବାର୍ଟରଫାଇନାଲ୍ ପର୍ଯ୍ୟାୟ ଶେଷ ହୋଇଛି। ୨୦୦୫ ଜାନୁଆରି ୧ ପରେ ଜନ୍ମ ଗ୍ରହଣ କରିଥିବା ଚଳିତ ବିଶ୍ବକପ୍ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଫିଫା ଯୁବ ଖେଳାଳି ପୁରସ୍କାର ପ୍ରଦାନ କରିବ। ପ୍ରିକ୍ବାର୍ଟରଫାଇନାଲ୍ ଶେଷ ଭିତରେ ଏହି ପୁରସ୍କାର ଦୌଡ଼ରେ ୪ ଜଣ ଆୟୁବ ବୌଆଡ଼ି, ଡିସିରେ ଡୁଏ, ନିକୋ ଓ’ରିଲି ଓ ଲାମିନେ ୟାମାଲ ରହିଛନ୍ତି। ଏବେ ଏମାନେ କ୍ବାର୍ଟରଫାଇନାଲ୍ରେ କିଛି ଚମତ୍କାରିତା ଦେଖାଇବା ଲାଗି ଉତ୍ସାହିତ ଅଛନ୍ତି।
ଆହୁରି ପଢନ୍ତୁ :Accident: ସାଇକେଲ ଆରୋହୀକୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍, ବୃଦ୍ଧ ମୃତ
ଆୟୁବ ବୌଆଡ଼ି (ମରକ୍କୋ): ମରକ୍କୋକୁ କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ନେବାରେ ମିଡ୍ଫିଲ୍ଡର ବୌଆଡ଼ିଙ୍କ ବଡ଼ ଅବଦାନ ରହିଛି। ପଡ଼ିଆ ଭିତରେ ଓ ବାହାରେ ବୌଆଡ଼ିଙ୍କ ବୁଦ୍ଧି ଅତି ଚମତ୍କାର। ୧୫ ବର୍ଷ ବୟସରେ ଏକ ଭାଷଣ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ୧୬ ବର୍ଷ ବୟସରେ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ। ଏବେ ସେ ଗଣିତରେ ଡିଗ୍ରୀ କରୁଛନ୍ତି। ବିଶ୍ବକପ୍ରେ ବ୍ରାଜିଲ ବିପକ୍ଷରେ ପଦାର୍ପଣ କରିଥିବା ବୌଆଡ଼ି କାନାଡ଼ା ବିପକ୍ଷ ପ୍ରିକ୍ବାର୍ଟରଫାଇନାଲ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ଆହୁରି ପଢନ୍ତୁ :Japan:ଚାଟଜିପିଟି ସହାୟତାରେ ସାଇବର ଆକ୍ରମଣ
ଡିସିରେ ଡୁଏ (ଫ୍ରାନ୍ସ): ମରକ୍କୋ ବିପକ୍ଷରେ କ୍ବାର୍ଟରଫାଇନାଲ୍ ଖେଳିବ ଫ୍ରାନ୍ସ। ଏଥିରେ ଦୁଇ ତାରକା ଖେଳାଳି କିଲିଆନ୍ ଏମ୍ବାପେ ଓ ମାଇକେଲ ଓଲିସ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ହେଲେ ଡୁଏଙ୍କୁ କେହି ଅଣଦେଖା କରିପାରିବେନି। ଏହି ପ୍ୟାରିସ ସେଣ୍ଟ୍ ଜର୍ମାନ ଖେଳାଳିଙ୍କ ଲଢ଼େଇ ଯୁବ ଖେଳାଳି ପୁରସ୍କାର ଲାଗି ବୌଆଡ଼ିଙ୍କ ସହ ହେବ। ଏହି ୨୧ ବର୍ଷୀୟ ଖେଳାଳି ଦଳର ୫ ମ୍ୟାଚ୍ରୁ ୩ଟିରେ ପ୍ରଥମ ଏକାଦଶରେ ଥିବା ବେଳେ ଗୋଟିଏ ଗୋଲ୍ କରିବାକୁ ସକ୍ଷମ ହୋଇଛନ୍ତି। ସେ ନିଜର ବିଶ୍ବକପ୍ର ପ୍ରଥମ ଗୋଲ୍ ନରୱେ ବିପକ୍ଷରେ ଦେଇଛନ୍ତି।
ଆହୁରି ପଢନ୍ତୁ :Ayodhya:ଚାରି ଦଶନ୍ଧି ତଳେ କାଶୀ ବିଶ୍ବନାଥ ମନ୍ଦିରରେ ହୋଇଥିଲା ଚୋରି
ନିକୋ ଓ’ରିଲି (ଇଂଲଣ୍ଡ): ଏହି ମାଞ୍ଚେଷ୍ଟର ସିଟି ଲେଫ୍ଟ ବ୍ୟାକ୍ ଖେଳାଳି ଚଳିତ ବିଶ୍ବକପ୍ରେ ଇଂଲଣ୍ଡ ଜିତିଥିବା ସମସ୍ତ ମ୍ୟାଚ୍ରେ ଆରମ୍ଭ ଏକାଦଶରେ ରହିଥିଲେ। କେବଳ ଘାନା ସହ ଗୋଲ୍ଶୂନ୍ୟ ଡ୍ର’ ମ୍ୟାଚ୍ରେ ସେ ପ୍ରଥମ ଏକାଦଶରେ ନଥିଲେ। ଏହି ୨୧ ବର୍ଷୀୟ ଖେଳାଳିଙ୍କ ନାଁ ପାସ୍ ଦେଇଥିବା ଶୀର୍ଷ ଖେଳାଳିଙ୍କ ମଧ୍ୟରେ ତୃତୀୟ ଏବଂ ସଫଳ ଟାକେଲ୍ରେ ଦ୍ବିତୀୟରେ ରହିଛି। ସେ ନିଜର ପ୍ରଥମ ବିଶ୍ବକପ୍ ଗୋଲ୍ ସହଆୟୋଜକ ମେକ୍ସିକୋ ବିପକ୍ଷରେ କରିଛନ୍ତି।
ଆହୁରି ପଢନ୍ତୁ :Ayodhya:ଚାରି ଦଶନ୍ଧି ତଳେ କାଶୀ ବିଶ୍ବନାଥ ମନ୍ଦିରରେ ହୋଇଥିଲା ଚୋରି
ଲାମିନେ ୟାମାଲ (ସ୍ପେନ୍): କାବେ ବର୍ଡେ ବିପକ୍ଷ ମ୍ୟାଚ୍ରେ ୧୮ ବର୍ଷୀୟ ୟାମାଲ ବେଞ୍ଚ୍ରୁ ଉଠି ଖେଳିଥିଲେ। ଏହାପରେ ସେ ଦଳର ସମସ୍ତ ମ୍ୟାଚ୍ରେ ପ୍ରଥମ ଏକାଦଶରେ ରହି ପଡ଼ିଆକୁ ଓହ୍ଲାଇଛନ୍ତି। ରାଉଣ୍ଡ-୩୨ରେ ଅଷ୍ଟ୍ରିଆ ବିପକ୍ଷରେ ବିଶ୍ବକପ୍ର ପ୍ରଥମ ଗୋଲ୍ କରିଥିବା ୟାମାଲଙ୍କୁ ସ୍ପେନ୍ ରାଉଣ୍ଡ-୧୬ରେ ପର୍ତ୍ତୁଗାଲ ବିପକ୍ଷରେ ପୂରା ୯୦ ମିନିଟ୍ ଖେଳାଇଥିଲା। ଏବେ ସେ ୨୦୧୦ ବିଜେତା ବେଲ୍ଜିୟମ୍ ବିପକ୍ଷ କ୍ବାର୍ଟରଫାଇନାଲ୍ ଖେଳିବାକୁ ପୂରା ପ୍ରସ୍ତୁତ ଅଛନ୍ତି।

1 hour ago
1


