ARTICLE AD BOX
ପ୍ରଥମ ଥର ପାଇଁ ଚୀନର ଦୁଇଜଣ ଯୁବ ଗଣିତଜ୍ଞଙ୍କୁ ‘ଗଣିତ ବିଭାଗର ନୋବେଲ୍’ ଭାବରେ ବିବେଚିତ ଫିଲ୍ଡ୍ସ ମେଡାଲ୍ ମିଳିଛି। ପ୍ରତି ଚାରି ବର୍ଷରେ ଥରେ, ଗଣିତ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ....
/sambad/media/media_files/2026/07/25/dagdgddg-2026-07-25-00-14-39.jpg)
ପ୍ରଥମ ଥର ପାଇଁ ଚୀନର ଦୁଇଜଣ ଯୁବ ଗଣିତଜ୍ଞଙ୍କୁ ‘ଗଣିତ ବିଭାଗର ନୋବେଲ୍’ ଭାବରେ ବିବେଚିତ ଫିଲ୍ଡ୍ସ ମେଡାଲ୍ ମିଳିଛି। ପ୍ରତି ଚାରି ବର୍ଷରେ ଥରେ, ଗଣିତ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଥିବା ଚାଳିଶ ବର୍ଷରୁ କମ୍ ସର୍ବାଧିକ ଚାରିଜଣ ଗଣିତଜ୍ଞଙ୍କୁ ‘ଇଣ୍ଟର୍ନ୍ୟାସ୍ନାଲ୍ ମ୍ୟାଥମେଟିକ୍ସ ୟୁନିଅନ୍’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥର ଆମେରିକାର ଜନ୍ ପାର୍ଡନ୍ ଓ କାନାଡାର ଜ୍ୟାକବ୍ ସିମେର୍ମ୍ୟାନ୍ଙ୍କ ସମେତ ଚୀନ୍ର ହଙ୍ଗ୍ ଵାଙ୍ଗ୍ ଓ ୟୁ ଡେଙ୍ଗ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅଧିକ ଉଲ୍ଲେଖନୀୟ ହେଲା ୩୫ ବର୍ଷୀୟା ହଙ୍ଗ୍ ଵାଙ୍ଗ୍ ହେଉଛନ୍ତି ଏହି ପୁରସ୍କାରର ୯୦ ବର୍ଷର ଇତିହାସରେ ତୃତୀୟ ମହିଳା ବିଜେତା। ହାର୍ମୋନିକ୍ ଆନାଲିସିସ୍ ଓ ଜିଓମେଟ୍ରିକା ମେଜର୍ ଥିଓରି କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ହେଲା ଅସମାହିତ ଥିବା ଗାଣିତିକ ସୂତ୍ରର ସମାଧାନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ଓ ୟୁ ଡେଙ୍ଗ୍ ଚୀନର ନାଗରିକ ହୋଇଥିଲେ ହେଁ ସେମାନେ ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟରତ। ସେମାନଙ୍କ ଫିଲ୍ଡ୍ସ ମେଡାଲ୍ ବିଜୟକୁ ନେଇ ଚୀନରେ ପ୍ରବଳ ଉତ୍ସାହ ଦେଖାଦେଇଛି।
ଏହାର କାରଣ ହେଲା ଗଣିତ ଗବେଷଣାରେ ଉତ୍କର୍ଷ ହିଁ ଗୋଟିଏ ଦେଶର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ପାଇଁ ବାଟ କଢ଼ାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ନାଗରିକ ଏହି ସମ୍ମାନଜନକ ପୁରସ୍କାର ପାଇନାହାନ୍ତି। ତେବେ ଭାରତୀୟ ମୂଳର ଦୁଇଜଣ ଗଣିତଜ୍ଞ (୨୦୧୪ରେ ମଞ୍ଜୁଲ ଭାର୍ଗବ ଏବଂ ୨୦୧୮ରେ ଅକ୍ଷୟ ଭେଙ୍କଟେଶ) ଫିଲ୍ଡ୍ସ ମେଡାଲ୍ ଜିଣିସାରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


