Fertilizer: ରବି ଫସଲ ପାଇଁ ୬୨,୩୭୦ କୋଟିର ସାର ସବ୍‌ସିଡି

1 day ago 2
ARTICLE AD BOX

ନୂଆଦିଲ୍ଲୀ: ରବି ଫସଲ ଋତୁ ୨୦୨୬-୨୭ ପାଇଁ ଚାଷୀଙ୍କୁ ସାର ରିହାତି ଦରରେ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୨,୩୭୦.୦୨ କୋଟି ଟଙ୍କାର ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଫସ୍‌ଫେଟ୍‌ ଓ ପଟାସ୍‌ ଯୁକ୍ତ (ପିଆଣ୍ଡ୍‌କେ) ସାର ଉପରେ ପୋଷକତତ୍ତ୍ୱ ଆଧାରିତ ସବ୍‌ସିଡି (ଏନ୍‌ବିଏସ୍‌) ଯୋଜନାରେ ଏହି ରିହାତି ଦିଆଯିବ। ୨୦୨୬ ଅକ୍ଟୋବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଲାଗୁ ହେବ।

୬୨,୩୭୦ କୋଟି ଟଙ୍କା ହେବ ଖର୍ଚ୍ଚ
ଚଳିତ ରବି ଋତୁ ପାଇଁ ସାର ସବ୍‌ସିଡି ବାବଦରେ ପ୍ରାୟ ୬୨,୩୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗତବର୍ଷ ରବି ଋତୁରେ ଏଥିପାଇଁ ୩୭,୯୫୨.୨୯ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ଅର୍ଥାତ୍‌ ଗତବର୍ଷ ତୁଳନାରେ ଏଥର ସବ୍‌ସିଡି ବଜେଟ୍‌ ପ୍ରାୟ ୨୪,୪୧୭.୭୩ କୋଟି ଟଙ୍କା ବୃଦ୍ଧି ପାଇଛି। ଏହି ନିଷ୍ପତ୍ତି ଫଳରେ ଚାଷୀମାନେ ଡିଏପି ଏବଂ ଏନ୍‌ପିକେଏସ୍‌ ସମେତ ବିଭିନ୍ନ ପ୍ରକାରର ଫସ୍‌ଫେଟ୍‌ ଓ ପଟାସ୍‌ ଯୁକ୍ତ ସାର ରିହାତି ଦରରେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ସାର ଓ ଏହାର କଞ୍ଚାମାଲର ଦରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସବ୍‌ସିଡି ହାର ନିର୍ଦ୍ଧାରଣ କରାଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର ୨୮ ପ୍ରକାରର ପି ଆଣ୍ଡ କେ ସାର ଚାଷୀଙ୍କୁ ରିହାତି ଦରରେ ଯୋଗାଇ ଦେଉଛନ୍ତି।

Dyson Cool Tower Fan: ଭାରତରେ ଲଞ୍ଚ ହେଲା ହେଲା ଡାଇସନର ନୂଆ ବ୍ଲେଡ୍‌ଲେସ୍ ଫ୍ୟାନ୍, ପ୍ରତି ସେକେଣ୍ଡରେ ଦେବ ୫୦୦ ଲିଟର ପବନ; ଜାଣନ୍ତୁ ଦାମ୍‌…

Read Entire Article
LEFT SIDEBAR AD

Hidden in mobile, Best for skyscrapers.