Female journalist: ସାମ୍ବାଦିକାଙ୍କୁ ଆକ୍ରମଣ ମାମଲା: ଦିଲ୍ଲୀ ପୁଲିସଠୁ ଜବାବ ତଲବ

46 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ  ସିଇସି ବିରୋଧୀ ବିକ୍ଷୋଭ  ସମୟରେ ଖବର ସଂଗ୍ରହ କରୁଥିବା ମହିଳା ସାମ୍ବାଦିକାମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ବରିଷ୍ଠ ଦିଲ୍ଲୀ ପୁଲିସ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ‘ନେଟୱର୍କ ଅଫ୍ ୱିମେନ୍ ଇନ୍ ମିଡିଆ, ଇଣ୍ଡିଆ’ (ଏନ୍‌ଡବ୍ଲ୍ୟୁଏମ୍‌ଆଇ) ପକ୍ଷରୁ ଦାୟର ଆବେଦନକୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଉଲ୍ଲେଖ କରିବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭ ଖବର ଦେଉଥିବା ସାମ୍ବାଦିକାମାନଙ୍କ ସୁରକ୍ଷା ପାଇଁ ଏହି ଆବେଦନ କରାଯାଇଥିଲା। ପ୍ରଧାନ ବିଚାରପତି କହିଛନ୍ତି ଯେ କେତେକ ବରିଷ୍ଠ ଅଧିକାରୀ ଏଠାରେ ଉପସ୍ଥିତ ରହି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଆମେ ଚାହୁଁଛୁ ଏବଂ ପୁଲିସକୁ ଏହି ଅଭିଯୋଗର ଜବାବ ଦେବାକୁ ହେବ। ଏ ସଂପର୍କରେ ସଲିସିଟର ଜେନେରାଲଙ୍କୁ ଆଗୁଆ ନୋଟିସ ଦିଆଯାଇଥିବା ଜୟସିଂହ କୋର୍ଟଙ୍କୁ ଜଣାଇବା ପରେ ଆସନ୍ତା ଗୁରୁବାର ଏହି ଆବେଦନର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା

ବିକ୍ଷୋଭ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହଇରାଣ ନକରିବା ପାଇଁ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପୁଲିସ ଉଲ୍ଲଂଘନ କରି ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିବା ନେଇ ‘ଫ୍ରିଡମ୍ ସ୍ପିଚ୍ କଲେକ୍ଟିଭ୍’ ପକ୍ଷରୁ ଦାୟର ଏକ ଅଦାଲତ ଅବମାନନା ଆବେଦନକୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଉଲ୍ଲେଖ କରିଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଉଦୟ ସିଂହ ମଧ୍ୟ ଏନଡବ୍ଲ୍ୟୁଏମ୍‌ଆଇ ପକ୍ଷରୁ ସମାନ ଆବେଦନ ଉପସ୍ଥାପନ କରିଛନ୍ତି। ଜାତୀୟ ରାଜଧାନୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବିରୋଧରେ ଅକ୍ଟୋବର ୧୦ ଓ ୧୧ରେ ଚାଲିଥିବା ବିକ୍ଷୋଭର ରିପୋର୍ଟିଂ ସମୟରେ ଦିଲ୍ଲୀ ପୁଲିସ ମହିଳା ସାମ୍ବାଦିକାମାନଙ୍କୁ ଆକ୍ରମଣ, ବେଆଇନ ଅଟକ ଓ ଭୟଭୀତ କରିଥିବା ଅଭିଯୋଗ କରି ସୋମବାର ସୁପ୍ରିମ୍‌କୋର୍ଟରେ ଏହି ରିଟ୍ ଆବେଦନ କରାଯାଇଥିଲା। 

Mayurbhanj: ଡାହାଣୀ ଓ ଅନ୍ଧବିଶ୍ୱାସ ସଂଖ୍ୟା ବୃଦ୍ଧି; ୫ ବର୍ଷରେ ୭୦ ମାମଲା

ବିକ୍ଷୋଭ ଓ ସର୍ବସାଧାରଣ କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ପଦକ୍ଷେପ ନିଆଯିବାକୁ ଏହି ଆବେଦନରେ ଅନୁରୋଧ କରାଯାଇଛି। ବିକ୍ଷୋଭ ସମୟରେ ସାମ୍ବାଦିକାମାନଙ୍କୁ ଶାରୀରିକ ନିର୍ଯାତନା, ଭୟଭୀତ କରିବା, ବେଆଇନ ଅଟକ ବା ଜୋରଜବରଦସ୍ତ ହଟାଇବା ଭଳି କାର୍ଯ୍ୟ ଯେପରି ନହୁଏ, ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ବିଧାନର ଧାରା ୧୯(୧)(ଏ) ଅନୁଯାୟୀ ପ୍ରଦତ୍ତ ଗଣମାଧ୍ୟମର ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି ଏବଂ ଏହା ଘଟଣାସ୍ଥଳରେ କାର୍ଯ୍ୟ କରୁଥିବା  ସାମ୍ବାଦିକାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବ ବୋଲି ସଂସ୍ଥା ଯୁକ୍ତି ଦର୍ଶାଇଛି। ଦିଲ୍ଲୀରେ ଇଣ୍ଡି ମେଣ୍ଟ, ବିଭିନ୍ନ ଯୁବ ସଂଗଠନ ଏବଂ ନାଗରିକ ସମାଜ ପକ୍ଷରୁ ସିଇସି ବିରୋଧୀ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ବିକ୍ଷୋଭ ସମୟରେ ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍‌)ର ଧାରା ୧୬୩ ଲାଗୁ କରିବା ସହ ମେଟ୍ରୋ ଷ୍ଟେସନ ବନ୍ଦ କରିଥିଲା ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.