Judgement: ଦୁଇ ଜାମିନ ଅଭିଯୁକ୍ତଙ୍କ ଜାମିନ ଆବେଦନକକୁ ଏତଲାକାରୀଙ୍କ ତରଫରୁ ହାଇକୋର୍ଟରେ ବିରୋଧ

39 minutes ago 1
ARTICLE AD BOX

କଟକ: ବହୁ ଚର୍ଚ୍ଚିତ ଭୁବନେଶ୍ବର ୟୁଟ୍ୟୁବର ରାହୁଲ୍‌ ମହାରଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁନା ଓରଫ ସଂଗ୍ରାମ ବେହେରା ଓ ସତୁରା ଓରଫ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଏତଲକାରୀଙ୍କ ତରଫରୁ ଏହାର ବିରୋଧ କରାଯାଇଥିଲା। ଏହି ମାମଲାରେ ହୋଇଥିବା ଟିଆଇ ପରେଡ ଓ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ ସଂପର୍କରେ ଏତଲାକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ନଭେମ୍ବର ୪କୁ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ରସୁଲଗଡ଼ ନିକଟ ଜିଜିପି କଲୋନିରେ ଫେବ୍ରୁଆରି ୨୮ ଶନିବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ରାହୁଲଙ୍କୁ ରାତିରେ ଦୁର୍ବୃତ୍ତମାନେ ଛୁରି ଭୁସି ହତ୍ୟା କରିଥିଲେ। ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାହୁଲ ଅକ୍ସିଜେନ ସିଲିଣ୍ଡର୍‌ କାରବାର କରୁଥିଲେ। ଏଥି ସହିତ ସେ ଜଣେ ୟୁଟୁବ ବ୍ଲଗର୍‌ ଭାବେ ପରିଚିତ ଥିଲେ। ଏତଲାକାରୀଙ୍କ ତରଫରୁ ଆଇନଜୀବୀ ନିହାର ରଞ୍ଜନ ଓଝା ମାମଲା ପରିଚାଳନା କରୁଥିଲେ।

Judgement: SC-ST ସଂରକ୍ଷଣ ବୃଦ୍ଧି ନେଇ ଆବେଦନ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.