ARTICLE AD BOX
ବାରିପଦା (ବଟକୃଷ୍ଣ ବିହାରୀ): ଶିଳ୍ପବିହୀନ ମୟୂରଭଞ୍ଜରେ କୃଷି ହିଁ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର। ଏଠାରେ ଧାନଚାଷକୁ ଅଧିକ ପ୍ରୋତ୍ସାହନ ମିଳୁଥିବାବେଳେ ଅଣଧାନ ଫସଲ ପାଇଁ ସେହିପରି ସରକାରୀ ସହାୟତା ନାହିଁ। ଫଳରେ ଅଳ୍ପ ଜମିରେ ଅଣଧାନ ଚାଷ କରାଯାଉଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ଖରିଫ ଋତୁରେ ଜିଲ୍ଲାର ୨୬ଟି ବ୍ଲକ୍ରେ ୪ ଲକ୍ଷ ୬ ହଜାର ୬୨୦ ହେକ୍ଟର ଜମିରେ ଚାଷ ହେଉଛି। ସେଥିରୁ ୨ ଲକ୍ଷ ୯୨ ହଜାର ୮୬୦ ହେକ୍ଟରରେ ଧାନ ଏବଂ ୧ ଲକ୍ଷ ୧୩ ହଜାର ୭୬୦ ହେକ୍ଟରରେ ମକା, ମୁଗ, ବିରି, ହରଡ଼, ଚିନାବାଦାମ, ରାଶି, ହଳଦୀ, ଅଦା ଓ ପନିପରିବା ପରି ଫସଲ କରାଯାଉଛି।
Neglect: ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି
ସେହିପରି ରବି ଋତୁରେ ଜିଲ୍ଲାର ୧ ଲକ୍ଷ ୧୩ ହଜାର ହେକ୍ଟର ଜମିରେ ଚାଷ ହେଉଥିବାବେଳେ ମାତ୍ର ୪ ହଜାର ହେକ୍ଟରରେ ଧାନ ଓ ବାକି ଜମିରେ ଅଣଧାନ ଫସଲ ହେଉଛି। ସରକାରୀ ରିପୋର୍ଟରେ ଅଣଧାନ ଚାଷର ପରିମାଣ ୪୦ ପ୍ରତିଶତ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବରେ ଏହା ୩୦ ପ୍ରତିଶତରୁ ଅଧିକ ନୁହେଁ ବୋଲି ଦିବାକର ମହାନ୍ତ, ଗୌରାଙ୍ଗ ସିଂ ଓ ଯାମିନୀ ମୁର୍ମୁ ପ୍ରମୁଖ ଚାଷୀ ଦାବି କରିଛନ୍ତି। ଜଳସେଚନର ଅଭାବ ଓ ବର୍ଷା-ବନ୍ୟାରେ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି। ଏପରି ସମୟରେ ଅଣଧାନ ଫସଲ କଥା ଚିନ୍ତା କରାଯାଉଛି। ହେଲେ ସରକାରୀ ସହାୟତା ମିଳୁନି। ତେଣୁ ନିରାଶ ହେବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି।
India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ
ଉଲ୍ଲେଖ ଥାଉ କି ମୟୂରଭଞ୍ଜର ବାଙ୍ଗିରିପୋଷି, କୁଳିଅଣା, ଯଶିପୁର ଓ ଠାକୁରମୁଣ୍ଡ ବ୍ଲକ୍ରେ ଅଣଧାନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି। ବିଶେଷ କରି ଜିଲ୍ଲାର ମାଟି ମକା ଓ ମାଣ୍ଡିଆ ଚାଷ ପାଇଁ ବେଶ୍ ଅନୁକୂଳ। ବର୍ତ୍ତମାନ ୪,୨୨୮ ହେକ୍ଟରରେ ମକା, ୧,୬୧୬ ହେକ୍ଟରରେ ମାଣ୍ଡିଆ, ୨,୪୦୦ ହେକ୍ଟରରେ ଚିନାବାଦାମ ଏବଂ ପ୍ରାୟ ୪୮ ହଜାର ହେକ୍ଟରରେ ପନିପରିବା ଚାଷ କରାଯାଉଛି। ୧୬ଟି ବ୍ଲକ୍ରେ ମାଣ୍ଡିଆ ଚାଷ ହେଉଥିବା ବେଳେ ଏହା ସମସ୍ତ ବ୍ଲକ୍କୁ ବିସ୍ତାର ହେବାର ସମ୍ଭାବନା ରହିଛି।ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନବଲ୍ଲଭ ଦାସ କହିଛନ୍ତି, ଅଣଧାନ ଚାଷ ପାଇଁ ବିଭିନ୍ନ ସରକାରୀ ପ୍ରୋତ୍ସାହନ ରହିଛି। ଚାଷୀମାନେ ସଚେତନ ହୋଇ ଲାଭ ଉଠାଇବା ଆବଶ୍ୟକ।

45 minutes ago
1


