ARTICLE AD BOX
ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ମୃତକ ଆନନ୍ଦପୁର ଥାନା ଅନ୍ତର୍ଗତ ବଂଚୋ ଗ୍ରାମର ଅନାମ ଚରଣ ରାଉତ (୫୦)l ଅନାମ ଗତକାଲି ସନ୍ଧ୍ୟାରେ ବାଡ଼ି ପଟକୁ ଯାଇଥିବାବେଳେ ପାଦକୁ କଣ ଗୋଟେ କାମୁଡ଼ି ଦେଇଥିଲା l
Farmer Dies After Snake Bite Photograph: (sambad.in)ଆନନ୍ଦପୁର:ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ମୃତକ ଆନନ୍ଦପୁର ଥାନା ଅନ୍ତର୍ଗତ ବଂଚୋ ଗ୍ରାମର ଅନାମ ଚରଣ ରାଉତ (୫୦)l ଅନାମ ଗତକାଲି ସନ୍ଧ୍ୟାରେ ବାଡ଼ି ପଟକୁ ଯାଇଥିବାବେଳେ ପାଦକୁ କଣ ଗୋଟେ କାମୁଡ଼ି ଦେଇଥିଲା l
ଅପମୃତ୍ୟୁ ମାମଲା ରୁଜୁ
ସେ ଏହାକୁ ଗୁରୁତ୍ୱ ନଦେଇ ଖାଇସାରି ଶୋଇଥିବା ବେଳେ ହଠାତ ମୁଣ୍ଡ ଓ ଦେହ କଣ ହେଇଯାଉଛି କହିବା ସହ କିଛି ସମୟ ମଧ୍ୟରେ ଗୁରୁତର ହୋଇ ପଡ଼ିଥିଲେ l ରାତି ସାଢେ ୩ଟା ସମୟରେ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆନନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛିl ତାଙ୍କ ପରଲୋକରେ ଗ୍ରାମରେ ଶୋକ ପ୍ରକାଶ ପାଇଛି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


