Fake Liquor Manufacturing Unit ପାରାଦୀପରେ ନକଲି ମଦ କାରଖାନା ଠାବ, ୨ ଗିରଫ

3 hours ago 1
ARTICLE AD BOX

ଜଗତସିଂହପୁର:  ପାରାଦୀପରେ ବୁଧବାର ସନ୍ଧ୍ଯାରେ ଚଢ଼ାଉ କରି ନକଲି ମଦ  କାରଖାନା ଠାବ କରିଛି ଅବକାରୀ ଟିମ୍। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି। 

ପାରାଦୀପ ଅବକାରୀ ଥାନାର ଏକ ସ୍ବତନ୍ତ୍ର ଟିମ୍ ଅଠରବାଙ୍କି ଅମ୍ବିକାପଡାର ଏକ ଭଡାଘରୁ ବିପୁଳ ନକଲି ମଦ ଜବତ କରିଛି। ମଦ ତିଆରି କରୁଥିବା ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ ଅନିଲ ସାମଲ ଓ ଗଡବିଲ ମହାନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ମଦ, ମଦ ତିଆରି କେମିକାଲ, ବୋତଲ, ନାମୀଦାମୀ କମ୍ପାନିର ଷ୍ଟିକର, ଜାଲ ଲେବଲ, ଠିପି ଆଦି ଠାବ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଦେଇ ନକଲି ମଦ ତିଆରି ସାମଗ୍ରୀ ପାରାଦୀପ ଆସୁଥିଲା। ସେମାନେ ଦୀର୍ଘ ଦିନ ଧରି ଏଠାରେ ନକଲି ମଦ ତିଆରି କରି ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ବିକ୍ରି କରୁଥିଲେ। ସେଠାରୁ ୧୯.୩୪୦ ଲିଟର ନକଲି ମଦ, ୬.୭୫୦ ଲିଟର ମଦ ତିଆରି ରସାୟନିକ ପଦାର୍ଥ , ୪୫୫ ଠିପି, ୧୫୮ ଖାଲି ବୋତଲ , ନାମୀଦାମୀ କମ୍ପାନିର ଷ୍ଟିକର ଜବତ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧାରା ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ଅବକାରୀ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.