ARTICLE AD BOX
ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ୱାସିଂଟନ, ଆଉ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆରୁ ଆମେରିକାକୁ ପରିବହନ କରାଯାଉଥିବା ଏଫ-୩୫ ଲଢୁଆ ବିମାନର ଯନ୍ତ୍ରାଂଶ ହଠାତ୍ ହଂକଂ ଆଡକୁ ମୁହାଁଇଥିଲା। ତା’ପରେ ଏହା ଗାଏବ୍ ହୋଇଯାଇଥିଲା। ପ୍ରଶାନ୍ତ ମହାସାଗର ପାର ହେବା ସମୟରେ ଧାର୍ଯ୍ୟ ମାର୍ଗକୁ ପରିବର୍ତ୍ତନ କରାଯାଇଥିଲା ବୋଲି ଟାଇମ୍ସ ଅଫ୍ ଇସ୍ରାଏଲ ପଲ୍ଟିକୋ ରିପୋର୍ଟ ଆଧାରରେ ଏହି ସୂଚନା ପ୍ରକାଶ କରିଛି। ଆଶଙ୍କା ସୃଷ୍ଟି ହୋଇଛି ଯେ, ଚୀନ୍ ଏହି ଉଚ୍ଚ ଶ୍ରେଣୀର ଲଢୁଆ ବିମାନ ପ୍ରଯୁକ୍ତିବିଦ୍ୟା ଚୋରାଇ ନେଇ ଥାଇପାରେ।
ସନ୍ଧାନ ଜାରି ରହିଛି
ପଲ୍ଟିକୋ ରିପୋର୍ଟ କରିଛି ଯେ, ପେଣ୍ଟାଗନ୍ ବିମାନର ଯନ୍ତ୍ରାଂଶ ନିଖୋଜ ହେବା ନିଶ୍ଚିତ କରିଛି। ଏହି ଘଟଣା ଗ୍ରୀଷ୍ମ ଋତୁରେ ଘଟିଥିଲା। ପେଣ୍ଟାଗନ୍ କହିଛି ଯେ, ଏଫ-୩୫ର ଯନ୍ତ୍ରାଶଗୁଡ଼ିକ କୁଆଡେ ଗଲା ସେ ସମ୍ପର୍କରେ ସନ୍ଧାନ ଜାରି ରହିଛି। ନିଖୋଜ ଯନ୍ତ୍ରାଂଶ ମଧ୍ୟରେ ଜେଟ୍ର କ୍ୟାନୋପି(କକ୍ପିଟର ଉପର ଅଂଶ)ରହିଛି। ଏହା ସ୍ୱତନ୍ତ୍ର ଗୁପ୍ତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ ଯାହା କେବଳ ଆମେରିକା ଏବଂ ଏହାର ସହଯୋଗୀ ଇସ୍ରାଏଲ ପାଖରେ ଅଛି। ଶତ୍ରୁ ଦେଶ ଏହାକୁ ଚୋରାଇ ନେଇ ରିଭର୍ସ ଇଞ୍ଜିନୟରିଂ କରିବାର ଆଶଙ୍କା ରହିଛି।
Student Death: ପରୀକ୍ଷାରେ ଚାଟଜିପିଟିରୁ କପି କରି ଧରାପଡ଼ିବା ପରେ ଜୀବନ ହାରିଲେ ଆଇଆଇଟି ଛାତ୍ର
ପଲ୍ଟିକୋ ଅନୁଯାୟୀ,ଏଫ-୩୫ର ନିର୍ମାତା ଲକହିଡ୍ ମାର୍ଟିନ୍ ଦ୍ୱାରା ମଧ୍ୟସ୍ଥି ମାଧ୍ୟମରେ ପରିବହନ କରାଯାଇଥିବା ଅଂଶଗୁଡ଼ିକୁ କାହିଁକି ହଂକଂ ପଠାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଜୁନ୍ ମାସରେ କଂଗ୍ରେସ ଜାତୀୟ ସୁରକ୍ଷା କମିଟି ତଥା ପ୍ରତିରକ୍ଷା ବିଭାଗର ଅଧିକାରୀମାନଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ଆଗାମୀ ସପ୍ତାହରେ ଏନେଇ ବୈଠକ ଅନୁଷ୍ଠିତ ହେବ।

1 week ago
4


