Exam: ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ ହେଲା: ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ ହେବ

6 hours ago 3
ARTICLE AD BOX

ରାଞ୍ଚି: ଛାତ୍ର ଓ ଚାକିରି ଆଶାୟୀମାନଙ୍କ ଆନ୍ଦୋଳନ ଭିତରେ ଆଜି ଝାଡ଼ଖଣ୍ଡ ସରକାର ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ କରିଛନ୍ତି। ଏଥିସହ ୨୦୧୪ ମସିହାରୁ ଟିଡିପିଏଲ୍‌ ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାରେ ହୋଇଥିବା ତ୍ରୁଟିବିଚ୍ୟୁତିର ତଦନ୍ତ ସିଆଇଡି କରିବ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଘୋଷଣା କରିଛନ୍ତି। ସେହିଭଳି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ କମିଟି ଦ୍ବାରା ପରୀକ୍ଷା ଅନିୟମିତତାର ପୃଥକ୍‌ ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ, ଟିଡିପିଏଲ୍‌ ଦ୍ବାରା ପରିଚାଳିତ ଓ ପ୍ରକାଶିତ ସମସ୍ତ ପରୀକ୍ଷା ଓ ଏହାର ଫଳ ପ୍ରକାଶକୁ ବାତିଲ କରାଯାଇଛି। ପରୀକ୍ଷା ପରିଚାଳନା ନେଇ ସରକାରଙ୍କର ପୂର୍ବରୁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର) ରହିଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ପାଳନ କରାଯାଇ ନାହିଁ।

ଆହୁରି ପଢନ୍ତୁ: Uttarpradesh: ଉତ୍ତରପ୍ରଦେଶ ଏଟିଏସ୍‌ ଦ୍ବାରା ସନ୍ଦିଗ୍ଧ ଆତଙ୍କୀ ଗିରଫ, ଜିହାଦୀ କାର୍ଯ୍ୟ ପାଇଁ ପାକିସ୍ତାନକୁ ପାଣ୍ଠି ପଠାଉଥିଲା

ପରୀକ୍ଷା ବ୍ୟବସ୍ଥା ଯେଭଳି ସ୍ବଚ୍ଛତାର ସହ ହେବ ତାହାକୁ ନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରିବେ। ପରୀକ୍ଷା ସଂସ୍କାର କାର୍ଯ୍ୟର ନେତୃତ୍ବ ଅମିତାଭ କୌଶଲ ନେବେ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରୁ ଝାଡ଼ଖଣ୍ଡରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟସ୍ତରୀୟ ପରୀକ୍ଷା ବାତିଲ କରିବା ସହ ସିବିଆଇ ତଦନ୍ତ ଏବଂ ଜେପିଏସ୍‌ସି ଓ ଜେଏସ୍‌ଏସ୍‌ସିରେ ସଂସ୍କାର ଆଣିବା ପାଇଁ ରାଞ୍ଚିରେ ଦୀର୍ଘଦିନ ହେଲା ଆନ୍ଦୋଳନ ଚାଲିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ବାରା ଏମ୍‌ଏମ୍‌ଡିଆର୍‌ ଆଇନରେ କରାଯାଇଥିବା ସଂ‌ଶୋଧନ ପାଇଁ ବୈଠକ ହେବ। ଆବଶ୍ୟକ ପଡ଼ିଲେ ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯିବ ବୋଲି ସୋରେନ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.