Ex-Air Force: ତେଜସ୍‌ ଏମ୍‌କେ-୨ର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ବାୟୁସେନା ଉପମୁଖ୍ୟ

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ସ୍ବଦେଶୀ ଲଢ଼ୁଆ ବିମାନ ପ୍ରକଳ୍ପ ‘ତେଜସ୍’କୁ ନେଇ ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ (ଅବସରପ୍ରାପ୍ତ) ନାଗେଶ କପୁର ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏୟାର ମାର୍ଶଲ (ଅବସରପ୍ରାପ୍ତ) ନାଗେଶ କପୁର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଭାରତରେ ନିର୍ମିତ ତେଜସ୍‌ ଏମ୍‌କେ-୨ ଜେଟ୍‌ ୨୦୩୦ ବେଳକୁ ଯେତେବେଳେ ‌ସେନାରେ ବହୁ ସଂଖ୍ୟାରେ ସାମିଲ ହେବ ସେତେବେଳେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପ୍ରାସଙ୍ଗିକ ନ ହୋଇପାରେ।

ଅବସରର ଦୁଇ ମାସ ପରେ ଏକ ଟିଭି କାର୍ଯ୍ୟକ୍ରମରେ ଏୟାର ମାର୍ଶାଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯେତେବେଳେ ଚୀନ୍ ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ଦିଗରେ ଅଗ୍ରସର ହେଉଛି ଓ ପାକିସ୍ତାନ ପଞ୍ଚମ ପିଢ଼ିର ଜେଟ୍ ବିଷୟରେ ବିଚାର କରୁଛି, ସେତେବେଳେ ୨୦୩୫ ମସିହାରେ ଭାରତ ପାଇଁ ଚତୁର୍ଥ ପିଢ଼ିର ବିମାନ ରଖିବା ଯୁକ୍ତିଯୁକ୍ତ କି? ଏୟାର ମାର୍ଶାଲ ସ୍ପଷ୍ଟ ଭାବରେ କହିଥିଲେ ଯେ, ପରିଚାଳନା ହିସାବରେ ବିଲକୁଲ୍‌ ନୁହେଁ। ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଯେପରିକି ଯୁକ୍ତରାଷ୍ଟ୍ରର ଏଫ୍‌-୨୨ ଓ ଚୀନ୍‌ର ଜେ-୨୦ ରେ ଷ୍ଟିଲଥ୍‌ କୌଶଳ, ସେନ୍ସର ଫ୍ୟୁଜନ୍ ସହିତ ରାଡାରରେ ଟ୍ରାକ୍ କରିବା କଷ୍ଟକର କରିଥାଏ ଓ ଏଥିରେ ଅସ୍ତ୍ରଶସ୍ତ୍ର ପରିବହନ କରିବା କ୍ଷମତା ରହିଛି। ଚୀନ୍‌ର ଜେ-୩୬ ଓ ଜେ-୫୦ ଭଳି ଷଷ୍ଠ ପିଢ଼ିର ଯୁଦ୍ଧ ବିମାନଗୁଡ଼ିକ ଡ୍ରୋନ୍ ୱିଙ୍ଗମ୍ୟାନ୍‌ ସହିତ ଏଆଇ ଚାଳିତ ସ୍ୱାୟତ୍ତତା ଓ ସିଷ୍ଟମ୍ ଅଫ୍ ସିଷ୍ଟମ୍‌ ଆଧୁନିକ ଜ୍ଞାନକୌଶଳ ସମ୍ପନ୍ନ ବୋଲି କହିଛନ୍ତି। କିନ୍ତୁ ଭାରତ ପାଖରେ ବର୍ତ୍ତମାନ ନା ପଞ୍ଚମ ପିଢ଼ି ନା ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ଅଛି।

କେତେକ ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଚୀନ୍‌ ୫୦୦ ପଞ୍ଚମ ପିଢ଼ି ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିବାକୁ ଯାଉଛି। ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ନାଗେଶ କପୁର କହିଛନ୍ତି, ତେଜସ୍ ଏମ୍‌କେ-୨ ଶ୍ରେଣୀର ବିମାନ ଦ୍ବାରା ଖାଲି ସ୍ଥାନ ପୂରଣ କରାଯାଇ ପାରିବ। ପଞ୍ଚମ ଓ ଷଷ୍ଠ ପିଢ଼ିର ଯୁଦ୍ଧ ଜାହାଜ ଦେଶର ବିଶାଳ ଆକାରକୁ ଦେଖିଲେ ସବୁ ସ୍ଥାନରେ ମୁତୟନ କରାଯାଇ ପାରିବ ନାହିଁ। ସେଠାରେ ତେଜସ୍ ଏମ୍‌କେ-୨ ଶ୍ରେଣୀର ବିମାନ ମୁତୟନ କରାଯାଇପାରିବ। ତେଜସ୍‌ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚ୍‌ଏଏଲ୍‌)ର ଆଭିମୁଖ୍ୟ ଉପରେ ପୂର୍ବତନ ବାୟୁସେନା ଉପମୁଖ୍ୟ ଆପତ୍ତି ପ୍ରକାଶ କରିଛନ୍ତି। ଏୟାର ମାର୍ଶଲ (ଅବସରପ୍ରାପ୍ତ) ନାଗେଶ କପୁର ତେଜସ୍ ଏମ୍‌କେ-୧ଏ ଶ୍ରେଣୀର ବିମାନ ପ୍ରଦାନରେ ହେଉଥିବା ବିଳମ୍ବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏଚ୍‌ଏଏଲ୍‌ର ତତ୍ପରତା ଭାରତୀୟ ବାୟୁସେନାର ତତ୍ପରତା ସହିତ ସମାନ ନୁହେଁ ବୋଲି ସେ କହିଛନ୍ତି। କେବଳ ତେଜସ୍‌ କାର୍ଯ୍ୟକ୍ରମ ନୁହେଁ ଭାରତର ପ୍ରଥମ ସ୍ୱଦେଶୀ ଷ୍ଟିଲଥ୍ ଲଢ଼ୁଆ ବିମାନ ଏଏମ୍‌ସିଏ (ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ) ର ବିକାଶ ଓ ପରୀକ୍ଷଣରେ ଏକ ଦଶନ୍ଧି ସମୟ ଲାଗିପାରେ। ଏହା ଯେତେବେଳେ ଉପଲବ୍ଧ ହେବ ସେତେବେଳେ ସେତେଟା ଗୁରୁତ୍ବପୂର୍ଣ୍ଣ ନଥିବ ବୋଲି ଅବସରପ୍ରାପ୍ତ ଏୟାର ମାର୍ଶଲ କହିଛନ୍ତି।

ବିଜେପି ଯୁବନେତାଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.