ARTICLE AD BOX
ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (Eastern Regional Police Coordination Committee–ERPCC)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆନ୍ତଃରାଜ୍ୟ ଅପରାଧ ଓ ନକ୍ସଲ ଦମନ ଏବଂ ସମନ୍ବିତ ସୁରକ୍ଷା ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି।
/filters:format(webp)/sambad/media/media_files/2026/07/21/eastern-region-police-meet-2026-07-21-16-59-57.jpeg)
ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs), କେନ୍ଦ୍ରୀୟ ପୋଲିସ ସଂଗଠନ (CPOs) ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
Drug Peddler arrest ବେପାରୀ ବେଶରେ ନିଶା ବେପାରୀ ବାବରକୁ ମାଡ଼ିବସିଲା ଅବକାରୀ ପୁଲିସ
ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ବାଗତ ଭାଷଣ ଓ ବୈଠକର ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିଥିଲେ। ନିଜ ଅଭିଭାଷଣରେ ଡିଜିପି ଖୁରାନିଆ କହିଥିଲେ,, ବର୍ତ୍ତମାନ ସମୟରେ ସଂଘଟିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ (LWE) ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟର ସୀମା ମଧ୍ୟରେ ସୀମିତ ନୁହେଁ। ଏହି ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ପ୍ରମୁଖ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।
ଓଏସ୍ଏପି ଷଷ୍ଠ ବାଟାଲିୟନ୍ରେ ରାଜ୍ୟସ୍ତରୀୟ ମହିଳା ପୁଲିସ ସମ୍ମିଳନୀ
ଏହି ଦିନିକିଆ ବୈଠକରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କର ନିୟମିତ ଅନୁଧ୍ୟାନ ଓ ପୁନର୍ବାସ, ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ମିଳିତ ଅଭିଯାନ, ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ତ୍ୱରିତ ସୂଚନା ବିନିମୟ, ଜିରୋ ଏଫ୍ଆଇଆର୍ (Zero FIR) ର ଶୀଘ୍ର ହସ୍ତାନ୍ତର ଓ ସମୟସୀମା ମଧ୍ୟରେ ତଦନ୍ତ, ରେଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସମେତ ବିଭିନ୍ନ ସମସାମୟିକ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆନ୍ତଃରାଜ୍ୟ ଅପରାଧୀମାନଙ୍କ ବିରୋଧରେ ମିଳିତ ଅଭିଯାନ, ଗୁଇନ୍ଦା ସୂଚନାର ରିୟଲ୍-ଟାଇମ୍ ବିନିମୟ, ପ୍ରଯୁକ୍ତିଭିତ୍ତିକ ପୁଲିସିଂ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ସମନ୍ୱିତ କାର୍ଯ୍ୟପଦ୍ଧତି ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଭବିଷ୍ୟତରେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ପାଇଁ ନିୟମିତ ବ୍ୟବଧାନରେ ଏଭଳି ସମନ୍ୱୟ ବୈଠକ ଆୟୋଜନ କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା।
Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ
ଏହି ବୈଠକରେ ଓଡ଼ିଶାର ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଆର୍. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତିଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

4 hours ago
2


