ARTICLE AD BOX
ନୂଆଦିଲ୍ଲୀ: ଇପିଏଫ୍ଓ ପକ୍ଷରୁ ସର୍ବନିମ୍ନ ପେନସନ୍ ରାଶି ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ପାରେ। ଇପିଏଫ୍ଓର ୨୪୦ତମ ସିବିଟି (କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ) ବୈଠକ ଆସନ୍ତା ୧୯ ତାରିଖରେ ହେବ। ପୂର୍ବରୁ ଗୁଜରାଟର ଗିର୍ଠାରେ ଏହି ବୈଠକ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସ୍ଥାନ ନୂଆଦିଲ୍ଲୀସ୍ଥିତ ଇପିଏଫ୍ଓର ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।
ସିବିଟି ବୈଠକ ସ୍ଥଳ ସ୍ଥାନାନ୍ତର ପରିପ୍ରେକ୍ଷୀରେ ଇପିଏଫ୍ଓ ପକ୍ଷରୁ ସର୍ବନିମ୍ନ ପେନସନ୍ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସିବିଟି ବୈଠକରେ ଏ ନେଇ ଆଲୋଚନା ହେବ ବୋଲି କୁହାଯାଉଛି। ଅର୍ଥ ମନ୍ତ୍ରଣାଳୟ ସହିତ ଶ୍ରମ ମନ୍ତ୍ରଣାଳୟ ପରାମର୍ଶ କରିବା ପରେ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଥିବା ରିପୋର୍ଟରେ ଦାବି କରାଯାଇଛି। କିନ୍ତୁ ଏ ସଂପର୍କରେ ଦୁଇ ମନ୍ତ୍ରାଳୟ ପକ୍ଷରୁ କିଛି କୁହାଯାଇ ନାହିଁ।
EPFO: ୯ ମାସରେ ଇପିଏଫ୍ଓର ୭ ବଡ଼ ପରିବର୍ତ୍ତନ! ବଢ଼ିଲା ବେତନ ସୀମା, ୩ ଦିନରେ ମିଳିବ ପିଏଫ୍ ଟଙ୍କା...
ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ଶେଷ ଥର ପାଇଁ ସର୍ବନିମ୍ନ ଇପିଏଫ୍ ପେନସନ୍ ବୃଦ୍ଧି କରାଯାଇ ୧୦୦୦ ଟଙ୍କା କରାଯାଇଥିଲା। ସେହିବର୍ଷ ଇପିଏଫ୍ର ସର୍ବୋଚ୍ଚ ବେତନ ସୀମା ମଧ୍ୟ ୬୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦରଦାମ ବୃଦ୍ଧି ପରେ ଏତେ କମ୍ ପେନସନ୍ରେ ଜୀବିକା ନିର୍ବାହ କରିବା କଷ୍ଟକର ହୋଇଥିବାରୁ ଦୀର୍ଘଦିନ ହେଲା ସର୍ବନିମ୍ନ ପେନସନ୍ ୭୫୦୦ ଟଙ୍କା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି। ନିକଟରେ କେନ୍ଦ୍ର ସରକାର ଇପିଏଫ୍ ପାଇଁ ରହିଥିବା ସର୍ବାଧିକ ମାସିକ ବେତନ ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ତେଣୁ ସର୍ବନିମ୍ନ ପେନସନ୍ ରାଶି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା ଦେଖାଦେଇଛି।

2 days ago
2


