Environmental Protection After Diwali: ଦୀପାବଳି ପରେ ପରିବେଶ ସୁରକ୍ଷା

3 days ago 5
ARTICLE AD BOX

ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ। ଏହି ପର୍ବରେ ବାଣ ଫୁଟାଇବା ଓ ଅନ୍ୟାନ୍ୟ କାରଣରୁ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ହୋଇଥାଏ। ଦୀପାବଳି ପରେ ପରିବେଶ ଅଧିକ ପ୍ରଦୂଷିତ ହୋଇପଡ଼େ। ତେଣୁ ଆମେ ପରିବେଶକୁ ସଫା, ସୁନ୍ଦର ଓ ସୁସ୍ଥ ରଖିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ଉଚିତ। ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଦୀପାବଳି ପରେ ପରିବେଶ ସୁରକ୍ଷା ପାଇଁ ଦଶଟି ପଦ‌େକ୍ଷପ। 

Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

l ଦୀପାବଳି ପରେ ଘରେ ଓ ବାହାରେ ଅନେକ ଫୁଲ, ପତ୍ର ଏବଂ ଅନ୍ୟାନ୍ୟ ଜୈବିକ ଆବର୍ଜନା ଜମା ହୋଇଥାଏ। ଏହାକୁ ନ ଫୋପାଡ଼ି କମ୍ପୋଷ୍ଟ ସାର ତିଆରି କରିବା ଉଚିତ। 

l ଦୀପାବଳିରେ ବ୍ୟବହୃତ ଆଲୋକମାଳା, ସାଜସଜ୍ଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷକୁ ଫୋପାଡ଼ି ନଦେଇ ପରବର୍ତ୍ତୀ ସମୟରେ ପୁଣି ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଆବର୍ଜନା କମିବା ସହିତ ପ୍ରାକୃତିକ ସମ୍ପଦର ସଂରକ୍ଷଣ ହୋଇପାରିବ।

l ରାସ୍ତାଘାଟରେ ବାଣର କାଗଜ, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନା ଜମା ହୋଇଥାଏ। ତେଣୁ ଆମେ ନିଜ ଘର ଓ ଆଖପାଖ ଅଞ୍ଚଳକୁ ସଫା ରଖିବା ଉଚିତ। 

l ବାଣ ଫୁଟିବା ପରେ ରାସ୍ତା ଓ ଖୋଲା ସ୍ଥାନରେ ପାଉଁଶ ଓ ଧୂଳି ଜମା ହୋଇଥାଏ। ଏହି ଧୂଳି ବାୟୁରେ ମିଶି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏହାକୁ ସାବଧାନତାର ସହ ସଫା କରି ଉପଯୁକ୍ତ ଭାବରେ ନଷ୍ଟ କରିବା ଉଚିତ।

l ବିଦ୍ୟୁତ୍ ଶକ୍ତିର ଅପଚୟ କମାଇବା ପାଇଁ ସୌର ଶକ୍ତିର ବ୍ୟବହାର କରିବା ଆବଶ୍ୟକ। ଘରେ ସୌର ଆଲୋକ ଓ ସୌର ଶକ୍ତିଚାଳିତ ଉପକରଣ ବ୍ୟବହାର କରିବା ଦ୍ୱାରା ଶକ୍ତି ସଞ୍ଚୟ ହୋଇପାରିବ। 

l ଦୀପାବଳି ପରେ ଆମେ ନିଜ ପରିବାର, ବନ୍ଧୁ ଓ ପଡ଼ୋଶୀଙ୍କ ସହ ମିଶି ସଫେଇ ଅଭିଯାନ କରିବା ଉଚିତ। ରାସ୍ତା, ପାର୍କ ଓ ସାଧାରଣ ସ୍ଥାନରୁ ଆବର୍ଜନା ସଫା କରିବା ଦ୍ୱାରା ପରିବେଶ ସୁସ୍ଥ ଓ ସୁନ୍ଦର ରହିପାରିବ।

Horoscope 2026 November 10: ଜାଣନ୍ତୁ ଆଜିର ରାଶିଫଳ...

l ଦୀପାବଳି ପରେ ଜମା ହୋଇଥିବା ବାଣର ଅବଶିଷ୍ଟ, ପ୍ଲାଷ୍ଟିକ୍ ଓ କାଗଜକୁ ଜାଳିବା ଉଚିତ ନୁହେଁ। କାରଣ ଏହା ଜଳିବା ଦ୍ୱାରା ବିଷାକ୍ତ ଧୂଆଁ ବାହାରି ବାୟୁ ପ୍ରଦୂଷଣ କରିଥାଏ। 

l ଦୀପାବଳି ସମୟରେ ବାଣର ଶବ୍ଦ ଓ ଧୂଆଁ ଯୋଗୁଁ ପକ୍ଷୀମାନେ ଅସୁବିଧା ଭୋଗକରନ୍ତି। ତେଣୁ ଆମେ ଘରର ଛାତ, ବାଲକୋନି କିମ୍ବା ବଗିଚାରେ ଏକ ପାତ୍ରରେ ସଫା ପାଣି ରଖିବା ଉଚିତ। 

l ଦୀପାବଳି ପରେ ବାୟୁ ପ୍ରଦୂଷଣ କମାଇବା ପାଇଁ ଆମେ ଛୋଟ ଦୂରତା ଯିବା ସମୟରେ ସାଇକେଲ୍ କିମ୍ବା ପାଦରେ ଯିବା ଉଚିତ। ଏହାଦ୍ୱାରା ଯାନବାହନରୁ ବାହାରୁଥିବା ଧୂଆଁ କମିବ।

l ପୋଷ୍ଟର, ବ୍ୟାନର ଓ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଦୂଷଣମୁକ୍ତ ପରିବେଶର ବାର୍ତ୍ତା ପ୍ରଚାର କରି ଲୋକଙ୍କୁ ସଚେତନ କରିବା ଉଚିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.