ARTICLE AD BOX
ସମ୍ପ୍ରତି ଭାରତର ପ୍ରାୟ ସମସ୍ତ ପ୍ରାନ୍ତରେ ପ୍ରବଳ ବର୍ଷା ହେବା ସହିତ କେତେକ ଅଞ୍ଚଳରେ ବନ୍ୟା ହୋଇଛି। କିନ୍ତୁ, ଆଇଆଇଟି-ଗାନ୍ଧୀନଗର ଦ୍ବାରା ପରିଚାଳିତ ‘ଇଣ୍ଡିଆ ଡ୍ରାଉଟ୍ ମନିଟର୍’ ମତରେ ଅଗଷ୍ଟ ମାସ ଚାଲିଥିଲେ ବି ଦେଶର ଏକ-ତୃତୀୟାଂଶ କ୍ଷେତ ଅଞ୍ଚଳରେ ମରୁଡ଼ି ପରିଲକ୍ଷିତ ହୋଇଛି। ପୂର୍ବାନୁମାନ ଯାହା ଦର୍ଶାଉଛି ସେଥିରୁ ଜଣାପଡୁଛି ଯେ ଏତାଦୃଶ ମରୁଡ଼ି ଅବସ୍ଥା ଅଚିରେ ସୁଧୁରି ନ ପାରେ। ମୃତ୍ତିକା ଆର୍ଦ୍ରତା ଉପରେ ଦୃଷ୍ଟି ରଖୁଥିବା ବୈଜ୍ଞାନିକମାନେ କହୁଛନ୍ତି ଯେ, ଅନର୍ଗଳ ବର୍ଷା ହୋଇଥିବା ଅଞ୍ଚଳ ସମେତ ଦେଶର ଅନେକ ଅଞ୍ଚଳରେ ଆଗାମୀ ମାସଗୁଡ଼ିକରେ ସମ୍ଭାବ୍ୟ ମରୁଡ଼ି ଲାଗି ରହିବା ଆଶଙ୍କା ରହିଛି।
KIIT: କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଏହାର ଅନ୍ତରାଳରେ ରହିଛି ନିଅଣ୍ଟିଆ ବୃଷ୍ଟିପାତ। ଭାରତୀୟ ପାଣିପାଗ ବିଭାଗ ମତରେ ଅଗଷ୍ଟ ୧୧ ତାରିଖ ସୁଦ୍ଧା ଭାରତରେ ସ୍ବାଭାବିକ ବର୍ଷାଠାରୁ ୧୨ ପ୍ରତିଶତ କମ୍ ବର୍ଷା ହୋଇଛି। ସେଥିମଧ୍ୟରୁ ଜୁନ୍ ୧ରୁ ଅଗଷ୍ଟ ୧୪ ମଧ୍ୟରେ ଓଡ଼ିଶାରେ ମଧ୍ୟ ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ଖରିଫ୍ ଫସଲ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ମାସ ହେଉଛି ଏହାର ମଧ୍ୟ ଭାଗ। ଏହି ସମୟରେ ଧାନ, ଡାଲି, କପା ଓ ତୈଳବୀଜ ଭଳି ଫସଲ ବୃଦ୍ଧି ଘଟିବାର ଗୁରୁତ୍ବପୂର୍ଣ୍ଣ ସମୟ। ବଢ଼ିବା ଲାଗି ଆର୍ଦ୍ରତା ଧାରଣ କରି ରଖୁଥିବା ମୃତ୍ତିକା ସେମାନଙ୍କ ନିମନ୍ତେ ତାତ୍ପର୍ଯ୍ୟ ବହନ କରିଥାଏ। ମୌସୁମୀ ବାୟୁ ପ୍ରବାହଜନିତ ସମୁଦାୟ ବୃଷ୍ଟିପାତ ହାରାହାରି ସ୍ବାଭାବିକ ମନେ ହେଲେ ବି ଏତିକି ବେଳେ ଯଦି କ୍ରମାଗତ ଅଥବା ମଝିରେ ମଝିରେ ମୃତ୍ତିକା ଶୁଷ୍କ ହୋଇଯାଏ, ଫସଲ ଅମଳ ହ୍ରାସ ପାଇପାରେ। ବିଳମ୍ବରେ ଚାଷବାସ ଆରମ୍ଭ କରିଥିବା କୃଷକମାନଙ୍କ ଫସଲ ଉପରେ ଏତାଦୃଶ ପରିସ୍ଥିତି ପ୍ରତିକୂଳ ପ୍ରଭାବ ପକାଇବ। କାରଣ, ଏବେ ଫସଲ ବୃଦ୍ଧି ସମୟରେ ହିଁ ଅସମାନ ବୃଷ୍ଟିପାତ ପରିଲକ୍ଷିତ ହେଉଛି।
ମୃତ୍ତିକା ଆର୍ଦ୍ରତା ଉପରେ ଦୃଷ୍ଟି ରଖୁଥିବା ବୈଜ୍ଞାନିକମାନେ କହୁଛନ୍ତି ଯେ, ଅନର୍ଗଳ ବର୍ଷା ହୋଇଥିବା ଅଞ୍ଚଳ ସମେତ ଦେଶର ଅନେକ ଅଞ୍ଚଳରେ ଆଗାମୀ ମାସଗୁଡ଼ିକରେ ସମ୍ଭାବ୍ୟ ମରୁଡ଼ି ଲାଗି ରହିବା ଆଶଙ୍କା ରହିଛି।
ବୈଜ୍ଞାନିକମାନେ କହୁଛନ୍ତି ଯେ ମରୁଡ଼ି ଅବସ୍ଥା ରବି ଋତୁ ପର୍ଯ୍ୟନ୍ତ ଲାଗି ରହିପାରେ। ରବି ଫସଲ ପାଇଁ ଲୋଡ଼ା ଭୂଗର୍ଭରୁ ଉତ୍ତୋଳିତ ଜଳରାଶି। ଅସମ ବର୍ଷା ପାଇଁ ଭୂତଳ ଜଳସ୍ତର ମଧ୍ୟ ପ୍ରଭାବିତ ହେବ।
ଭାରତର କେଉଁ କେଉଁ ରାଜ୍ୟ କେତେ ପ୍ରତିଶତ ଅଞ୍ଚଳ ମରୁଡ଼ିପ୍ରବଣ ହେବ ତାହା ମଧ୍ୟ ଇଣ୍ଡିଆ ଡ୍ରାଉଟ୍ ମନିଟର୍ ଆକଳନ କରିଛି। ତନ୍ମଧ୍ୟରୁ ସିକିମ୍ରେ ୮୦.୮ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୭୮.୩ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୨.୪ ପ୍ରତିଶତ, ମିଜୋରାମରେ ୬୮ ପ୍ରତିଶତ, ଗୋଆରେ ୬୭.୯ ପ୍ରତିଶତ ଏବଂ ଦିଲ୍ଲୀରେ ୬୫.୨ ପ୍ରତିଶତ ଅଞ୍ଚଳରେ ମରୁଡ଼ି ହେବାର ଭୀଷଣ ଆଶଙ୍କା ରହିଛି। ସେହିପରି, ମରୁଡ଼ି ଦ୍ବାରା ନଗଣ୍ୟ ବା ଆଦୌ ପ୍ରଭାବିତ ହେବାକୁ ନ ଥିବା କେତେକ ରାଜ୍ୟର ନାମ ମଧ୍ୟ ଇଣ୍ଡିଆ ଡ୍ରାଉଟ୍ ମନିଟର୍ କହିଛି।
Horoscope 2026 August 18: ଜାଣନ୍ତୁ ଆଜିର ରାଶିଫଳ...
ଅଞ୍ଚଳୱାରି ଦେଖିଲେ ଉତ୍ତରପୂର୍ବ ଭାରତରେ ସବୁଠୁ ଅଧିକ ମରୁଡ଼ି ପ୍ରକୋପ ପଡ଼ିବ। ଏଠାକାର ପ୍ରାୟ ୫୮ ପ୍ରତିଶତ ଅଞ୍ଚଳ ମରୁଡ଼ିପ୍ରବଣ ହେବାର ଆଶଙ୍କା ରହିଛି। ପଶ୍ଚିମ ଭାରତରେ ୪୩ ପ୍ରତିଶତ ଓ ଦକ୍ଷିଣ ଭାରତରେ ୪୦ ପ୍ରତିଶତ ଅଞ୍ଚଳରେ ମରୁଡ଼ି ପରିଲକ୍ଷିତ ହୋଇପାରେ। ଏହାଛଡ଼ା, ଉତ୍ତର, ପୂର୍ବ ଓ କେନ୍ଦ୍ରୀୟ ଭାରତରେ ମରୁଡ଼ି ଅଞ୍ଚଳ ଆଶଙ୍କା ୩୪ ପ୍ରତିଶତ ରହିଥିବା ବେଳେ ଉତ୍ତରପଶ୍ଚିମ ଭାରତରେ ରହିଛି ମାତ୍ର ୧୧ ପ୍ରତିଶତ ଅଞ୍ଚଳ। ଅବାରିତ ବର୍ଷା ଓ ସର୍ବବ୍ୟାପୀ ମରୁଡ଼ି ଭଳି ପରସ୍ପର ବିରୋଧୀ ଅବସ୍ଥା ସଂକ୍ରାନ୍ତରେ ମଧ୍ୟ ବୈଜ୍ଞାନିକମାନେ ବ୍ୟାଖ୍ୟା କରିଛନ୍ତି। ସେମାନଙ୍କ ମତରେ, ଏହା ନିର୍ଭର କରୁଛି- କେତେ ଦ୍ରୁତ ବେଗରେ ବର୍ଷା ଆଗମନ କରୁଛି ଓ କେତେଦିନ ପର୍ଯ୍ୟନ୍ତ ମୃତ୍ତିକା ଆର୍ଦ୍ରତା ଧାରଣ କରିପାରୁଛି। ଏ ସଂକ୍ରାନ୍ତରେ ଆଇଆଇଟି- ବମ୍ବେର ସହକାରୀ ପ୍ରଧ୍ୟାପକ କାର୍ତ୍ତିକେୟନ୍ ଲଙ୍କା କହନ୍ତି, ଗବେଷକମାନେ ମରୁଡ଼ି ଅବସ୍ଥାର ଅସ୍ବାଭାବିକ ଦୋଳନ ଦେଖୁଛନ୍ତି। ଗୋଟିଏ ଗୋଟିଏ ଅଞ୍ଚଳ ଏକ କିଂବା ଦୁଇ ସପ୍ତାହ ମରୁଡ଼ି କବଳିତ ହୋଇ ରହୁଛି ଏବଂ ବର୍ଷା ହେଲେ ମରୁଡ଼ି ପରିସ୍ଥିତିରୁ ମୁକ୍ତି ପାଉଛି। ପୁନଶ୍ଚ ବର୍ଷା ନ ହେଲେ ଅଚିରାତ୍ ମରୁଡ଼ିଗ୍ରସ୍ତ ହୋଇଯାଉଛି। ଏଭଳି ଅସ୍ବାଭାବିକ ବୃଷ୍ଟିପାତ ଧାରା ଯୋଗୁଁ ମୃତ୍ତିକା ସାମୟିକ ଭାବେ ଆର୍ଦ୍ର ରହୁଛି, କିଛିଦିନ ବର୍ଷା ନ ହେଲେ ବହୁଦିନ ଧରି ମୃତ୍ତିକା ଶୁଷ୍କ ହୋଇଯାଉଛି। ବର୍ଷା ନ ହେବା ସମୟରେ ବାଷ୍ପୀଭବନ ଓ ଉଦ୍ଭିଦର ଅଙ୍ଗପ୍ରତ୍ୟଙ୍ଗ ଦେଇ ମଧ୍ୟ କିଛି ଜଳ ବାୟୁମଣ୍ଡଳରେ ମିଶିଯାଉଛି। ଫଳରେ ମୃତ୍ତିକାରେ ଜଳଶୁଷ୍କତା ଦେଖାଦେଉଛି।

1 hour ago
1


