Employees Association: ଓଡ଼ିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର

5 days ago 6
ARTICLE AD BOX

ଭୁବନେଶ୍ୱର: ୬୬୨ବର୍ଗ କଲେଜର ଅଧ୍ୟାପକଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍‌ସନ୍, ଅଧ୍ୟାପକମାନଙ୍କ ପଦୋନ୍ନତି ଭଳି ପ୍ରମୁଖ ଦାବି ନେଇ ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ(ଆଙ୍ଗଲିଆ) ପକ୍ଷରୁ ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନହେଲେ କଲେଜରେ ପାଠପଢ଼ା ବନ୍ଦ କରି ଅହୋରାତ୍ର ଧାରଣାରେ ବସିବେ ବୋଲି ସଂଘର ରାଜ୍ୟ ସଭାପତି ଗୋଲକ ନାୟକ ଚେତାବନୀ ଦେଇଛନ୍ତି। 

Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍‌ ସମ୍ମାନିତ

ଏତଦ୍‌ବ୍ୟତୀତ ଅଧ୍ୟାପକମାନଙ୍କୁ ଚାକିରି ସର୍ତ୍ତାବଳୀ, କର୍ମଚାରୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା, ଚାକିରି ବୟସସୀମା ୬୨କୁ ବୃଦ୍ଧି ଏବଂ ସମସ୍ତ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଦେବା ଭଳି ଦାବି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ହାଇକୋର୍ଟଙ୍କ ପେନସନ୍ ଆଧାରିତ ନିର୍ଦ୍ଦେଶନାମାକୁ ମଧ୍ୟ ସରକାର ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକାରୀ କରୁନାହାନ୍ତି। ଏହି ଆନ୍ଦୋଳନରେ ସଂଘର ସାଧାରଣ ସମ୍ପାଦକ ଗଗନ ବେଉରା ଓ ସତାପ୍‌ଉଦ୍ଦିନ ଅହମ୍ମଦ, କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ସାମଲ, ଜ୍ୟୋତ୍ସ୍ନା ବସ୍ତିଆ, ଅଶୋକ ପୁରୋହିତ, ତପନ ଜେନା ପ୍ରମୁଖ ସାମିଲ ଥିଲେ।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.