ARTICLE AD BOX
ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଠଳ ପଦର ଗ୍ରାମ ନିକଟରେ ଚାରିଟିକିଆ ହାତୀପଲ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ହାତୀ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଅବାଧରେ ବିଚରଣ କରି ଆସୁଥିଲେ। ତେବେ ଖାଦ୍ୟ ଆଉ ପାଣି ଅନ୍ୱେଷଣରେ ବଂଶଧାରା ନଦୀ ପାର ହୋଇ ଆନ୍ଧ୍ର ଦେଇ ଗୋଠଳ ପଦର ଅଞ୍ଚଳକୁ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ହାତୀର ସୁରକ୍ଷା ଦିଗରେ ନଜର ରଖିଛି ବନ ବିଭାଗ
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ପୂର୍ବେ ଗୁଣପୁର ଅଞ୍ଚଳରେ ଚାରିଟି ହାତୀ ପଲ ରହି ବହୁ ଧନଜୀବନ ନଷ୍ଟ କରିଦେଇଥିଲେ। ଏଥିପାଇଁ ବନ ବିଭାଗ ଚାରି ବର୍ଷ କାଳ ନାକେଦମ୍ ହେବାକୁ ପଡ଼ିଥିଲା। ତେବେ ଉକ୍ତ ହାତୀପଲ ଆନ୍ଧ୍ର ଅଭିମୁଖେ ଚାଲିଯାଇଥିବା ବେଳେ ସେଠାରେ ବିଦ୍ୟୁତ୍ ସପ୍ଲାଇ ତାର ସଂସ୍ୱର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିଲେ। ତେବେ ବର୍ତ୍ତମାନ ପୁଣି ଥରେ ଗୁଣପୁର ବ୍ଲକରେ ଚାରିଟିକିଆ ହାତୀପଲ ରହିଥିବାରୁ ବନ ବିଭାଗ ସଜାଗ ରହି ହାତୀଠାରୁ ମନୁଷ୍ୟର ସୁରକ୍ଷା ଏବଂ ମନୁଷ୍ୟଠାରୁ ହାତୀର ସୁରକ୍ଷା ଦିଗରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

1 hour ago
1


